www.samajalive.in
Saturday, December 13, 2025
27.1 C
Bhubaneswar

ବିଜୟ-ରଶ୍ମିକାଙ୍କ ସରିଲା ନିର୍ବନ୍ଧ

ନୂଆଦିଲ୍ଲୀ: କିଛି ବର୍ଷ ଧରି ଡେଟିଂ କରିବା ପରେ ଶେଷରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ସାଉଥ୍‌ ସୁପରଷ୍ଟାର ବିଜୟ ଦେବେରକୋଣ୍ଡାଙ୍କ ନିର୍ବନ୍ଧ ହୋଇଛି । ଶୁକ୍ରବାର ଉଭୟଙ୍କ ପରିବାର ଲୋକ ଏବଂ କିଛି ଘନିଷ୍ଠ ସଂପର୍କୀୟଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ବିଜୟଙ୍କ ଜନସଂପର୍କ ଟିମ୍‌ ଖବରକୁ ସ୍ପଷ୍ଟ କରିଛି । ଆସନ୍ତାବର୍ଷ ଫେବ୍ରୃଆରୀରେ ସେମାନେ ବିବାହ ପାଇଁ ଯୋଜନା କରୁଛନ୍ତି । ଖୁବ୍‌ ଶୀଘ୍ର ସେଥିନେଇ ଘୋଷଣା ହୋଇପାରେ ।

୨୦୧୮ରୁ ରଶ୍ମିକା ଓ ବିଜୟଙ୍କର ପ୍ରେମ ଆରମ୍ଭ ହୋଇଥିଲା । ସେହିବର୍ଷ ସେମାନଙ୍କୁ ଗୀତ ଗୋବିନ୍ଦମ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ସୁପରହିଟ୍‌ ହୋଇଥିଲା । ଏହାପରେ ୨୦୧୯ରେ ସେମାନେ ଆଉ ଏକ ସୁପରହିଟ୍‌ ଫିଲ୍ମ ଡିଅର କମ୍ବ୍ରେଡ୍‌ରେ ଯୋଡି଼ ବାନ୍ଧିଥିଲେ । ସେମାନଙ୍କର ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରି ଯେତିକି ହିଟ୍‌ ରହିଥିଲା ଅଫ୍‌ ସ୍କ୍ରିନ୍‌ ସଂପର୍କ ସେତିକି ଚର୍ଚ୍ଚାର ବିଷୟ ପାଲଟିଥିଲା । ଉଭୟଙ୍କୁ ଅନେକ ଅବସରରେ ଏକାଠି ଦେଖିବାକୁ ମିଳିଥିଲା ।

- Advertisement -

ତେବେ ରଶ୍ମିକା କିମ୍ବା ବିଜୟ କେହି କେବେ ଏହି ସଂପର୍କକୁ ଆନୁଷ୍ଠାନିକ ଭାବେ ସ୍ୱୀକାର କରିନଥିଲେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ରଶ୍ମିକାଙ୍କୁ ଆଗକୁ ଥାମାରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ବିପକ୍ଷରେ ଆୟୁଷ୍ମାନ ଖୁରାନା ନଜର ଆସିବେ । ଚଳିତବର୍ଷ ଦୀପାବଳିରେ ଫିଲ୍ମଟି ରିଲିଜ୍‌ ହେବ । ସେହି ଫିଲ୍ମ ବ୍ୟତୀତ ରଶ୍ମିକା ମଧ୍ୟ କକ୍‌ଟେଲ୍‌୨ରେ ନଜର ଆସିବେ । ସେଥିରେ ତାଙ୍କ ସହିତ ଶାହିଦ୍‌ କପୁର ଓ କ୍ରିତି ସାନନ୍‌ଙ୍କୁ ଦେଖିବାକୁ ମିଳିବ ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories