www.samajalive.in
Sunday, December 14, 2025
17.1 C
Bhubaneswar

ରାହୁଲ, ଜୁରେଲ, ଜାଡେଜାଙ୍କ ଶତକ, ପ୍ରଥମ ଟେଷ୍ଟରେ ଭାରତ ୨୮୬ ରନରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ପାଳିରେ ଓ୍ବେଷ୍ଟଇଣ୍ଡିଜ ୧୬୨ ରନ କରିବାରେ ସମର୍ଥ ହୋଇଥିଲା। ଏହା ଜବାବରେ ୨ୟ ଦିନ ସୁଦ୍ଧା ଭାରତ ୫ ଉଇକେଟ ହରାଇ ୪୪୮ ରନ ସଂଗ୍ରହ କରିଛି। ଯାହାଫଳରେ ଭାରତ ୨ୟ ଦିନ ସୁଦ୍ଧା ୨୮୬ ରନରେ ଆଗୁଆ ରହିଛି। କେ.ଏଲ. ରାହୁଲ, ଧ୍ରୁବ ଜୁରେଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ଇନିଂସ ବଳରେ ଟିମ ଇଣ୍ଡିଆ ଏକ ବିଶାଳ ସ୍କୋର ଅଭିମୁଖେ ଅଗ୍ରସର ହେଉଛି।

ଓ୍ବେଷ୍ଟ ଇଣ୍ଡିଜ ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାରୁ ୧୬୨ ରନରେ ଅଲଆଉଟ ହୋଇଯାଇଥିଲା। ଭାରତୀୟ ବୋଲର ମହମ୍ମଦ ସିରାଜ ୪ଟି ଯଶପ୍ରୀତ ବୁମରା ୩ଟି, କୁଳଦୀପ ଯାଦବ ୨ଟି ଏବଂ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଉଇକେଟ ନେଇଥିଲେ। ପରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। କେ.ଏଲ. ରାହୁ ୧୦୦, ଧ୍ରୁବ ଜୁରେଲ ୧୨୫ ରନ କରିଥିବାବେ​‌ଳେ ଜାଡେଜା ୧୦୪ ରନ କରି ଅପରାଜିତ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories