www.samajalive.in
Saturday, December 6, 2025
26.1 C
Bhubaneswar

ଆମ୍ବୁଲାନ୍ସରେ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ରୋଗୀ

ପୁରୀ : ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତରଖାନାରୁ ଜଣେ ରୋଗୀ ଆମ୍ବୁଲାନ୍ସରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରକୁ ବାହାରକୁ ଅଣାଯିବା ପରେ ରୋଗୀଜଣକ ମହାପ୍ରଭୁ ଶ୍ରୀ ପତିତପାବନଙ୍କୁ ଦର୍ଶନ କରିଛନ୍ତି। ତାଙ୍କୁ ସୁସ୍ଥ କରିଦେଲେ ପ୍ରତ୍ୟହ ଶ୍ରୀମନ୍ଦିରକୁ ଯାଇ ତାଙ୍କୁ ଦର୍ଶନ କରିବେ ବୋଲି କହିଛନ୍ତି। ସୋମବାର ବିଳମ୍ବିତ ରାତିରେ ଏଭଳି ବିରଳ ଦୃଶ୍ୟ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତି ସିଂହଦ୍ବାର ସମ୍ମୁଖକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପରିବାର ଲୋକଙ୍କୁ କହିଥିଲେ। ଏଥିପାଇଁ ସେ ଜିଦ୍‌ କରିବାରୁ ସମ୍ପର୍କୀୟ ମାନେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସିଂହଦ୍ବାର ନିକଟକୁ ନେଇଥିଲେ। ସେଠାରେ ପହଞ୍ଚିବା ମାତ୍ରେ ରୋଗୀ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ। ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ମୋତେ ସୁସ୍ଥ କରିଦିଅ ବୋଲି ସେ ଆକୁଳ ନିବେଦନ କରିଥିଲେ। ଆମ୍ବୁଲାନ୍ସ ଭିତରୁ ଷ୍ଟ୍ରେଚରରେ ଶୋଇଥିବା ଅବସ୍ଥାରେ ତାଙ୍କୁ ତଳକୁ ବାହାର କରାଯାଇଥିଲା।

ପରିବାର ଲୋକେ ତାଙ୍କୁ ସିଂହଦ୍ବାର ଗୁମୁଟ ନିକଟକୁ ନେଇଥିଲେ। ରୋଗୀଙ୍କୁ ଉଠାଇ ବସାଯାଇଥିଲା। ଦୁଇହାତ ଯୋଡ଼ି ସେ ପତିତପାବନଙ୍କୁ ଦର୍ଶନ କରିଥିଲେ। ଏହି ବିରଳ ଘଟଣା ଦେଖିବାକୁ ସେଠାରେ ଲୋକଙ୍କ ଭିଡ ହୋଇଥିଲା। ମହାପ୍ରଭୁଙ୍କୁ ଦର୍ଶନ କଲେ ସୁସ୍ଥ ହୋଇଯିବେ ବୋଲି ରୋଗୀ ଜଣଙ୍କ ବିଶ୍ୱାସ ରଖିଛନ୍ତି। ତାଙ୍କର ଏହି ଇଛାକୁ ପରିବାର ଲୋକେ ପୂରଣ କରିଛନ୍ତି। ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଖଣ୍ଡ ଭରସା ରଖିଥିବା ଏହି ବ୍ୟକ୍ତିଙ୍କ ଠିକଣା ମିଳିପାରିନାହିଁ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories