www.samajalive.in
Saturday, December 6, 2025
16.1 C
Bhubaneswar

ବିଭାଗ ଖର୍ଚ୍ଚ କରିପାରୁନି ବଜେଟ ଅର୍ଥ

ଭୁବନେଶ୍ବର: ଆର୍ଥିକ ବର୍ଷ ୨୦୨୫-୨୬ ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ବିଭାଗ ଗୁଡ଼ିକ ନିମନ୍ତେ ଆବଣ୍ଟନ କରିଥିଲେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସ ଅର୍ଥାତ ୨୦୨୫ ଅଗଷ୍ଟ ଶେଷସୁଦ୍ଧା କିଛି ବିଭାଗର ଖର୍ଚ୍ଚ ୨୦% ତଳେ ଥିବାବେଳେ ଆଉ କିଛି ବିଭାଗର ଖର୍ଚ୍ଚ ୫୦% ଅତିକ୍ରମ କରିଛି। ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଖର୍ଚ୍ଚ ୫୦%ରେ ପହଞ୍ଚିନାହିଁ। ଏପରିକି ଯୋଜନା ଓ ସଂଯୋଜନ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ୨% ଛୁଇଁନି।

ସରକାରଙ୍କ ତଥ୍ୟ କହୁଛି, ଯୋଜନା ଓ ସଂଯୋଜନ ବିଭାଗ ପାଇଁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ୨୮୦୮.୨୨ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଉକ୍ତ ଅର୍ଥରୁ ବିଭାଗ ମାତ୍ର ୫୫.୪୯ କୋଟି ଟଙ୍କା ବ୍ୟୟ କରିଛି, ଯାହାକି ୧.୯୮%। ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ ସହିତ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ଗୁରୁତ୍ବ ଦିଆଯାଇଥିବା ବିଭାଗ କହୁଛି। ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ବଜେଟରେ ସରକାର କ୍ରୀଡ଼ା ଓ ଯୁବସେବା ବିଭାଗ ପାଇଁ ୧୩୧୯.୭୯ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ତେବେ ବିଭାଗ ୭୫.୫୭ କୋଟି ଟଙ୍କା ଖର୍ଚ୍ଚ କରିଛି, ଯାହାକି ମାତ୍ର ୫.୭୩%। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପାଇଁ ୨୯୨୦୧.୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ଉକ୍ତ ଅର୍ଥରୁ ବିଭାଗ ୩୬୧୦.୦୨ କୋଟି (୧୨.୩୬%) ଖର୍ଚ୍ଚ କରିଛି।

- Advertisement -

ସେହିଭଳି ଶିଳ୍ପ ବିଭାଗର ଖର୍ଚ୍ଚ ୧୮.୭୧% ଥିବାବେଳେ ବାଣିଜ୍ୟ ବିଭାଗର ୧୭.୦୭% ରହିଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ୧୮.୩୮%, ଇସ୍ପାତ ଓ ଖଣି ବିଭାଗର ୧୧.୬୯%, ଶକ୍ତି ବିଭାଗର ୭.୬୧%, ପର୍ଯ୍ୟଟନ ବିଭାଗର ୧୯.୪୮%, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ୧୩.୧୫% ରହିଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ପାଇଁ ବଜେଟରେ ୧୩୭୨୪.୬୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ତନ୍ମଧ୍ୟରୁ ୨୬୭.୭୧ କୋଟି ଟଙ୍କା ଖର୍ଚ୍ଚ କରିଛି ବିଭାଗ, ଯାହାକି ୧.୯୫%। କୃଷି ବିଭାଗ ୧୪୯୫୦.୭୧ କୋଟି ଟଙ୍କାରୁ ୫୦୯୫.୩୩ କୋଟି ଟଙ୍କା ଖର୍ଚ୍ଚ କରିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ୧୦୦୨୦.୧୨ କୋଟିରୁ ୨୧୮୨.୪୩ କୋଟି ଟଙ୍କା ବିନିଯୋଗ କରିଛି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ୫୧.୪୨% ଟଙ୍କା ଖର୍ଚ୍ଚ କରିଛି। ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ୫୧.୬୫% ଅର୍ଥ ଖର୍ଚ୍ଚ କରିଛି।

ମହିଳା ଓ ଶିଶୁ ବିକାଶ ବିଭାଗର ଖର୍ଚ୍ଚ ୪୯.୦୪%ରେ ପହଞ୍ଚିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ୬୦.୮୭% ବଜେଟ ଅର୍ଥ ବିନିଯୋଗ କରିଛି। ପରିବହନ ବିଭାଗର ୨୬.୧୫% ରହିଛି। ରାଜ୍ୟ ସରକାର ୫ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବାକୁ ଲକ୍ଷ୍ୟ ରଖିଥିବା ବିଧାନସଭାରେ କହୁଛନ୍ତି। ଚଳିତ ବଜେଟରେ ଜଳ ସମ୍ପଦ ବିଭାଗକୁ ଗୁରୁତ୍ବ ଦେଇ ୧୪୯୦୧.୨୩ କୋଟି ବ୍ୟୟବରାଦ କରାଯାଇଛି। ବିଭାଗ ୫ ମାସରେ ମାତ୍ର ୩୩୧୩.୧୦ କୋଟି ଟଙ୍କା ବିନିଯୋଗ କରିଛି, ଯାହାକି ୨୨.୨୩%। ସ୍ବାସ୍ଥ୍ୟ ବିଭାଗ ୨୭.୩୯ ପ୍ରତିଶତ ଖର୍ଚ୍ଚ କରିଥିବା ବେଳେ ସର୍ବାଧିକ ବ୍ୟୟବରାଦ ହୋଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୩୧୧୮୫.୪୭ କୋଟି ଟଙ୍କାରୁ ମାତ୍ର ୯୮୨୬.୭୮ କୋଟି ଟଙ୍କା ଖର୍ଚ୍ଚ କରିଛି, ଯାହାକି ୩୧.୫୧%। ରାଜ୍ୟ ସରକାର ବିଭାଗ ଗୁଡ଼ିକ ପାଇଁ ଅର୍ଥର ଅଭାବ ରଖି ନାହାନ୍ତି। କିନ୍ତୁ ବିଭାଗ ଗୁଡ଼ିକ ହାତ ଖୋଲି ଖର୍ଚ୍ଚ କରିପାରୁ ନଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories