www.samajalive.in
Saturday, December 6, 2025
16.1 C
Bhubaneswar

ମନ୍‌ହାସ ବିସିସିଆଇର ୩୭ତମ ସଭାପତି

ମୁମ୍ବଇ: ଦିଲ୍ଲୀ ରଣଜୀ ଟ୍ରଫି ଦଳର ପୂର୍ବତନ ଅଧିନାୟକ ମିଥୁନ୍ ମନ୍‌ହାସ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୩୭ତମ ସଭାପତି ନିର୍ବାଚିତ ହୋଇଛନ୍ତି। ରବିବାର ମୁମ୍ବଇରେ ବିସିସିଆଇର ୯୪ତମ ବାର୍ଷିକ ସାଧାରଣ ପରଷଦ ବୈଠକ (ଏସ୍‌ଜିଏମ୍‌)ରେ ମିଥୁନ୍‌ଙ୍କ ସହ ସମସ୍ତ କର୍ମକର୍ତ୍ତା ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। ସମସ୍ତ ଜାତୀୟ କ୍ରୀଡ଼ା ମହାସଂଘର ଶୀର୍ଷ ପଦରେ ଜଣେ ପୂର୍ବତନ କ୍ରୀଡ଼ାବିତ୍‌ ରହନ୍ତୁ ବୋଲି କେନ୍ଦ୍ର ସରକାରଙ୍କର ଯେଉଁ ନୀତି ରହିଛି; ଏହି ଧାରାରେ ପୂର୍ବତନ କ୍ରିକେଟର ମିଥୁନ୍ ମନ୍‌ହାସ ସଭାପତି ନିର୍ବାଚିତ ହୋଇଛନ୍ତି। ସଭାପତି ପଦ ପାଇଁ ମନ୍‌ହାସ ଏକମାତ୍ର ବ୍ୟକ୍ତି ଭାବେ ପାର୍ଥିପତ୍ର ଦାଖଲ କରିଥିଲେ। ଜାମ୍ମୁକାଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ର ପ୍ରତିନିଧି ଭାବେ ମନ୍‌ହାସ ବିସିସିଆଇ ଏଜିଏମ୍‌ରେ ଯୋଗ ଦେଇଥିଲେ। ଜାମ୍ମୁକାଶ୍ମୀର କ୍ରିକେଟ୍‌ର ଉନ୍ନତି ପାଇଁ ଗଠିତ ବିସିସିଆଇ ସବ୍‌କମିଟି‌େ​‌ର ମନ୍‌ହାସ ଥିଲେ।

ସମସ୍ତ କର୍ମକର୍ତ୍ତା ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହେବା ପଛରେ ବିସିସିଆଇର ପୂର୍ବତନ ସଭାପତି ତଥା ଆଇସିସି ଅଧ୍ୟକ୍ଷ ଥିବା ଜୟ ଶାହାଙ୍କ ପ୍ରଛନ୍ନ ହାତ ରହିଛି। ଜମ୍ମୁରେ ଜନ୍ମଗ୍ରହଣ କରିଥିବା ୪୬ ବର୍ଷ ବୟସ୍କ ମିଥୁନ୍ ମନ୍‌ହାସ ୧୯୯୭ରୁ ୨୦୧୭ ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଖେଳିଛନ୍ତି। ୧୫୭ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ରୁ ମନ୍‌ହାସ ୨୭ଟି ଶତକ ଓ ୪୯ଟି ଅର୍ଦ୍ଧଶତକ ସହ ୯୭୧୪ ରନ୍‌ କରିଛନ୍ତି। ସେ ୧୩୦ଟି ଲିଷ୍ଟ-ଏ ମ୍ୟାଚ୍‌ରୁ ୪୧୨୬ ରନ୍‌ ଏବଂ ୯୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୧୧୭୦ ରନ୍‌ କରିଛନ୍ତି। ମିଥୁନ୍‌ ଆଇପିଏଲ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ, ଦିଲ୍ଲୀ ଡେୟାରଡେଭିଲ୍‌ସ ଓ ପୁଣେ ୱାରିଅର୍ସ ଦଳରେ ଥିଲେ। ପୁଣି ତାଙ୍କର ଏକାଧିକ ପ୍ରଶିକ୍ଷଣ ଅଭିଜ୍ଞତା ରହିଛି।

- Advertisement -

ରଜର ବିନ୍ନିଙ୍କ ଇସ୍ତଫା ପରେ ଉପସଭାପତି ଥିବା ରାଜୀବ ଶୁକ୍ଳା ସଭାପତି ଦାୟିତ୍ବରେ ଥିଲେ। କ୍ରମାଗତ ୨ୟ ଥର ରାଜୀବ ଶୁକ୍ଳା ଉପସଭାପତି ନିର୍ବାଚିତ ହୋଇଛନ୍ତି। ଆସାମର ଦେବଜିତ ସାଇକିଆ ସମ୍ପାଦକ ପଦ ବଜାୟ ରଖିଛନ୍ତି। କୋଷାଧ୍ୟକ୍ଷ ଥିବା ଛତିଶଗଡ଼ର ପ୍ରଭତେଜ ଭାଟିଆ ଯୁଗ୍ମ ସମ୍ପାଦକ ହୋଇଛନ୍ତି। ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ଥିବା ପୂର୍ବତନ ଭାରତୀୟ ବାମହାତି ସ୍ପିନର ଏ. ରଘୁରାମ ଭଟ୍ଟ ନୂଆ କୋଷାଧ୍ୟକ୍ଷ ହୋଇଛନ୍ତି। ସୌରାଷ୍ଟ୍ରର ପୂର୍ବତନ ଅଧିନାୟକ ଜୟଦେବ ଶାହା ମେଘାଳୟର ଖୈରୁଲ ଜମାଲ ମଜୁମଦାରଙ୍କ ସ୍ଥାନରେ ବିସିସିଆଇ ଆପେକ୍ସ କାଉନ୍‌ସିଲ ସଦସ୍ୟ ହୋଇଛନ୍ତି। ତେଣୁ ମଜୁମଦାର ଆଇପିଏଲ୍‌ ପରିଚାଳନା ପରିଷଦରେ ସାମିଲ ହୋଇଛନ୍ତି। ଅରୁଣ ସିଂହ ଧୁମଲ ପୂର୍ବ ପରି ଆଇପିଏଲ୍‌ର ଅଧ୍ୟକ୍ଷ ରହିଛନ୍ତି। ଜୟେଶ ଜର୍ଜ ମହିଳା ପ୍ରିମିୟର ଲିଗ୍‌ କମିଟିର ଅଧ୍ୟକ୍ଷ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories