www.samajalive.in
Saturday, December 6, 2025
17.1 C
Bhubaneswar

ଅବକାରୀ ବିଭାଗ ଭାଙ୍ଗିଲା ମଦ ମାଫିଆଙ୍କ ସିକ୍ରେଟ୍ ଚାମ୍ବର

ଭୁବନେଶ୍ବର: ଶନିବାର ଅବକାରୀ ବିଭାଗ ସାଲିଆ ସାହିର ନୀଳଚକ୍ରନଗର ବସ୍ତିରେ ଦେଶୀ ମଦ ଭାଟି ଉପରେ ଚଢାଉ କରି ୫ ହଜାର ଲିଟର ଦେଶୀ ମଦ ଏବଂ ୧୬ ହଜାର ଲିଟର ପୋଚ ଜବତ କରିଥିଲା। ରବିବାର ପୁଣି ଥରେ ବିଭାଗ ସାଲିଆ ସାହିର ପଣ୍ଡା ନଗରରେ ଥିବା ମଦ ଭାଟି ଉପରେ ରେଡ୍ କରି ମାଟିରେ ମିଶାଇ ଦେଇଛି। ଚଢାଉ ସମୟରେ ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର ଠାବ ହୋଇଛି ।

ସୂଚନା ମୂତାବକ ଶନିବାର ଅବକାରୀ ବିଭାଗ ପକ୍ଷରୁ ରେଡ଼ କରାଯାଇ ୧୬ ହଜାର ଲିଟର ପୋଚ ସହ ୫ ହଜାର ଲିଟର ଦେଶୀ ମଦ ନଷ୍ଟ କରାଯାଇଥିଲା । ସିକ୍ରେଟ ଚାମ୍ବରରେ ଦେଶୀ ମଦ ଗଚ୍ଛିତ ହୋଇ ରହିଥିଲା ।  ଭାଟି ମାଲିକ ଫେରାର୍ ହୋଇଯାଇଥିଲା। କିଛି ମାସ ତଳେ ଉକ୍ତ ଭାଟିରେ ଅବକାରୀ ବିଭାଗ ତାଲା ପକାଇଥିଲା। ମାଲିକକୁ ମଧ୍ୟ ଗିରଫ କରିଥିଲା। ଜାମିନ୍ ପାଇବା ପରେ ସେ ପୁଣି ଥରେ ବ୍ୟବସାୟ ଆରମ୍ଭ କରିଥିଲା।

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories