ଭାରତର ଦ୍ବିତୀୟ ସର୍ଜିକାଲ ଷ୍ଟ୍ରାଇକ୍ ପରେ ସାରା ଭାରତରେ ଜାତୀୟତାବାଦର ମାହୋଲ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ ଫ୍ୟାଶନ ଜଗତରେ ପଡିଛି । ଏହିକ୍ରମରେ ସର୍ଜିକାଲ ଷ୍ଟ୍ରାଇକ୍ ର କିଛି ଦୃଶ୍ୟ ଏବେ ଶାଢିରେ ଦେଖିବାକୁ ମିଳିବ । ଏନେଇ କେତେକ ଫ୍ୟାଶନ ଡିଜାଇନର କିଛି ଶାଢିର ଫଟୋ ଜାରି କରିଛନ୍ତି । ଏହି ଶାଢିରେ ଯବାନମାନେ ଆକ୍ରମଣତ୍ମକ ଢଙ୍କରେ ରହିଥିବା ବେଳେ ଜଙ୍ଗଲ ଉପରେ ଯୁଦ୍ଧ ବିମାନ ଉଡୁଥିବା ଦୃଶ୍ୟ ଦେଖିବାକୁ ମିଳିବ । ଖୁବ୍ ଶୀଘ୍ର ଏହି ଶାଢି ବଜାରରେ ଉପଲବ୍ଧ ହେବ ବୋଲି ଡିଜାଇନରମାନେ କହିଛନ୍ତି ।




