www.samajalive.in
Friday, December 5, 2025
20.1 C
Bhubaneswar

ଭୁଲରେ ମଧ୍ୟ ଘରେ ରଖନ୍ତୁ ନାହିଁ ଏସବୁ ଜିନିଷ : ମାଡ଼ି ଆସିବ ଦୁର୍ଭାଗ୍ୟ

ବେଳେବେଳେ ଘରେ ବିନା କାରଣରେ କଳହ ସୃଷ୍ଟି ହେବା ସହ ଅଶାନ୍ତି ଲାଗିରହେ। ହେଲେ ଏହା ଆମକୁ ଜଣା ନଥାଏ ଯେ, ଏହାର କାରଣ ଆମ ଘରେ ହିଁ ରହିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ରହିଥିବା କିଛି ସାଧାରଣ ଜିନିଷ ପାଇଁ ସବୁବେଳେ ଘରେ ଅଶୁଭ ବାତାବରଣ ଲାଗି ରହିଥାଏ। ଏଥିସହିତ ଘରେ ନକରାତ୍ମକ ଶକ୍ତି ଜାତ ହେବା ସହ ଅଯଥା ଖର୍ଚ୍ଚ ମଧ୍ୟ ଦେଖାଦେଇଥାଏ। ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ଜିନିଷ ବିଷୟରେ ଯାହା ଘରେ ରହିବା ଫଳରେ ଦୁର୍ଭାଗ୍ୟ ପିଛା ଛାଡ଼ିନଥାଏ –

-ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଶଙ୍ଖ ଏବଂ ରଥର ଏକା ସାଙ୍ଗରେ ରହିଥିବା ଫଟୋ ଭୁଲରେ ମଧ୍ୟ ରଖନ୍ତୁ ନାହିଁ। କାରଣ ରଥ ସହିତ ଶଙ୍ଖ ଯୁଦ୍ଧର ପ୍ରତୀକ ହୋଇଥାଏ। ତେଣୁ ଏହାକୁ ଘରେ ରଖିବା ଦ୍ବାରା ପରିବାର ମଧ୍ୟରେ କଳହ ଏବଂ ମତାନ୍ତର ଲାଗିରହେ।
-କେବଳ ମହାଭାରତ ନୁହେଁ ତାହା ସମ୍ବନ୍ଧୀୟ କୌଣସି ଫଟୋ ଘରେ ଲଗାଇବା ଉଚିତ୍ ନୁହେଁ। ମାନ୍ୟତା ଅନୁଯାୟୀ ମହାଭାରତ ସମ୍ବନ୍ଧୀୟ ଫଟୋ ଲଗାଇବା ଦ୍ବାରା ଘରେ ମହାଭାରତ ଅର୍ଥାତ ଝଗଡ଼ା ଦେଖାଦେଇଥାଏ। ଏହା ବ୍ୟତୀତ ଘରେ ହିଂସ୍ର ଜନ୍ତୁଙ୍କ ଫଟୋ ମଧ୍ୟ ଲଗାନ୍ତୁ ନାହିଁ।
-ଭଙ୍ଗା ଚୌକି ବା ଖଣ୍ଡିତ ଭଗବାନଙ୍କ ମୂର୍ତ୍ତି ଘରେ ରଖନ୍ତୁ ନାହିଁ। ଏହାକୁ ଅଶୁଭ କୁହାଯିବା ସହ ଏହା ରହିବା ଦ୍ବାରା ମନ ଅଶାନ୍ତ ହୋଇଥାଏ। ତେଣୁ ଘରେ ଭଙ୍ଗା ଚୌକି ଥିଲେ ତାହାକୁ ଶୀଘ୍ର ବାହାର କରିଦିଅନ୍ତୁ ଅଥବା ତାହାକୁ ଶୀଘ୍ର ଠିକ୍ କରନ୍ତୁ।
-ଘରେ ପଡ଼ି ରହିଥିବା ଅଯଥା ଏବଂ ପୁରୁଣା ଔଷଧକୁ ଫିଙ୍ଗି ଦେବା ଉଚିତ୍। କାରଣ ଏହାକୁ ଘରେ ରଖିବା ଅର୍ଥ ରୋଗକୁ ଆମନ୍ତ୍ରଣ ଦେବା ଭଳି ହୋଇଥାଏ। ତେଣୁ ଯେଉଁ ଔଷଧକୁ ବ୍ୟବହାର କରୁନାହାଁନ୍ତି ତାହାକୁ ଫିଙ୍ଗି ଦିଅନ୍ତୁ।
-ବୁଡ଼ିଯାଉଥିବା ଜାହଜର ଫଟୋ ଓ ନଟରାଜଙ୍କ ମୂର୍ତ୍ତି ମଧ୍ୟ ଘରେ ରଖିବା ଉଚିତ୍ ନୁହେଁ। ଏହା ଦ୍ବାରା ମନରେ ତଥା ଘରେ ନକରାତ୍ମକ ଶକ୍ତି ଓ ଭାବନା ଦେଖାଦେଇଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories