www.samajalive.in
Saturday, December 6, 2025
23.1 C
Bhubaneswar

ବାଣ ବିସ୍ଫୋରଣ : କ୍ଷତିଗ୍ରସ୍ତ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ

ହରଭଙ୍ଗା : ଗତ ରବିବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆଁକଟା ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା। ଗତ ସୋମବାର ରାଜୁ ଭାଇ ଢୋଲକିଆଙ୍କ ମୃତାହକର୍ମରୁ ଫେରିବା ପରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ସିଧାସଳଖ ଭାବେ ଜିଆଁକଟା ଗାଁରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ କ୍ଷତିଗ୍ରସ୍ତ ପରିବାରକୁ ଭେଟି ତାଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ । ଘଟଣାସ୍ଥଳର ଅବସ୍ଥା ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିବା ସହ ଏ ସମ୍ପର୍କ ରେ ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନ ଏବଂ ପୁରୁଣା କଟକ ସରପଞ୍ଚ ଅଶୋକ ସେଠିଙ୍କ ସହ ସମସ୍ତ ପ୍ରକାର ସହାୟତା ଓ ସୁବିଧା ସୁନିଶ୍ଚିତ କରିବାକୁ ଆଲୋଚନା କରିଥିବା ଜଣାପଡିଛି। ତେବେ ଗସ୍ତ ସମୟରେ ସୁବୋଧ କୁମାର ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ଲିଟୁ ଦେହୁରୀ ପ୍ରମୁଖ ତାଙ୍କ ସହିତ ସାମିଲ ଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories