www.samajalive.in
Friday, December 5, 2025
20.1 C
Bhubaneswar

ଓସ୍କାର-୨୦୨୬ରେ ଏଣ୍ଟ୍ରି ମାରିଲା କରଣ ଜୋହରଙ୍କ ହିନ୍ଦୀ ଫିଲ୍ମ ହୋମବାଉଣ୍ଡ

ମୁମ୍ବାଇ: ୨୦୨୬ ପାଇଁ ଫିଚର ଫିଲ୍ମ ବର୍ଗରେ ଘୋଷଣା ହେଲା ନାଁ । ଓସ୍କାର-୨୦୨୬ରେ ଏଣ୍ଟ୍ରି ମାରିଲା କରଣ ଜୋହରଙ୍କ ହିନ୍ଦୀ ଫିଲ୍ମ ହୋମବାଉଣ୍ଡ ।  ଫିଲ୍ମକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍‌ ବିଭାଗରେ ଓସ୍କାର ପାଇଁ ଚୟନ କରାଯାଇଛି । ଚୟନ କମିଟିର ଅଧ୍ୟକ୍ଷ ଏନ୍‌ ଚନ୍ଦ୍ର ଏହା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଏହା ଅତ୍ୟନ୍ତ ଜଟିଳ ଥିଲା । କାରଣ ଲୋକଙ୍କ ଜୀବନ ଉପରେ ପର୍ଯ୍ୟବସିତ ଅନେକ ଫିଲ୍ମ ରେସ୍‌ରେ ଥିଲା । ପ୍ରଯୋଜକ, ନିର୍ଦ୍ଦେଶକ, ଲେଖକ, ସମ୍ପାଦକ ଓ ସାମ୍ବାଦିକମାନଙ୍କର ୧୨ ଜଣିଆ ଚୟନ କମିଟି ‘ହୋମ୍‌ବାଉଣ୍ଡ୍‌’କୁ ଅସ୍କାର୍‌ ପାଇଁ ଚୟନ କରିଛି । ଗତକାଲି କୋଲକାତାରେ ଫିଲ୍ମ ଫେଡେରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ବହୁ ପ୍ରତିକ୍ଷୀତ ନାଁ ଘୋଷଣା କରାଯାଇଛି ।

ନୀରଜ ଘେୱାନଙ୍କ ନିର୍ଦ୍ଦେଶିତ, କରନ ଜୋହର ଓ ଆଦାର ପୁନାୱାଲାଙ୍କ ପ୍ରଯୋଜିତ ‘ହୋମ୍‌ବାଉଣ୍ଡ୍‌’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଇଶାନ ଖଟ୍ଟର, ବିଶାଲ ଜେଠୱା ଓ ଜାହ୍ନବୀ କପୁର । ଉତ୍ତର ଭାରତର ଏକ ଛୋଟ ଗାଁର ଦୁଇଜଣ ପିଲାଦିନ ସାଙ୍ଗଙ୍କ କାହାଣୀ ଉପରେ ଫିଲ୍ମଟି ପର୍ଯ୍ୟବସିତ ।  ପୂର୍ବରୁ ‘ହୋମ୍‌ବାଉଣ୍ଡ୍‌’କୁ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ୯ ମିନିଟ୍‌ର ଷ୍ଟାଣ୍ଡିଂ ଓଭେସନ୍‌ ମିଳିଥିଲା । ୫୦ତମ ଟରଣ୍ଟୋ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହା ୨ୟ ରନର୍‌-ଅପ୍‌ ସମ୍ମାନ ହାସଲ କରିଛି । କୋରିଆନ୍‌ ଫିଲ୍ମ ‘ନୋ ଅଦର୍‌ ଚଏସ୍‌’ ପ୍ରଥମ ପୁରସ୍କାର ଜିତିଥିବାବେଳେ ‘ସେଣ୍ଟିମେଣ୍ଟାଲ୍‌ ଭାଲ୍ୟୁ’ ରନର୍‌-ଅପ୍‌ ହୋଇଥିଲା । ଆସନ୍ତା ୨୬ ତାରିଖରେ ଭାରତର ସିନେମାଘରେ ମୁକ୍ତିଲାଭ କରିବ ‘ହୋମ୍‌ବାଉଣ୍ଡ୍‌’ । ଅସ୍କାର୍‌ ପାଇଁ ଚୟନ ହୋଇଥିବା ଫିଲ୍ମଗୁଡ଼ିକର ନାଁ ଆସନ୍ତା ଡିସେମ୍ବର ୧୬ ତାରିଖରେ ଘୋଷଣା ହେବ । ୨୦୨୬, ଜାନୁଆରୀ ୨୨ରେ ନୋମିନେସନ୍‌ ତାଲିକା ଘୋଷଣା ହେବ । ଏହା ପରେ ମାର୍ଚ୍ଚ ୧୫ରେ ଅନୁଷ୍ଠିତ ହେବ ୯୮ତମ ଏକାଡେମୀ ଆୱାର୍ଡସ୍‌ । ପ୍ରକାଶ ଥାଉକି, ୧୯୫୭ମସିହାରେ ମହବୁବ ଖାନଙ୍କ ‘ମଦର ଇଣ୍ଡିଆ’ ଭାରତର ପ୍ରଥମ ଫିଲ୍ମ ଥିଲା ଯାହା ଓସ୍କାରକୁ ଅଫିସିଆଲ ଏଣ୍ଟ୍ରି ପାଇଥିଲା । ସେହିପରି ଗତବର୍ଷ କିରଣ ରାଓଙ୍କ ଫିଲ୍ମ ଲାପତା ଲେଡିଜ୍‌ ଭାରତ ତରଫରୁ ଓସ୍କାର ନୋମିନେସନ ପାଇଁ ପଠାଯାଇଥିଲା । କିନ୍ତୁ ଟପ୍‌ ୧୫ରେ ଫିଲ୍ମଟି ସ୍ଥାନ ପାଇପାରିନଥିଲା । ହେଲେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଫିଲ୍ମଟି ଅନେକ ପ୍ରଶଂସା ସାଉଁଟିଥିଲା । ଏବେ ସମସ୍ତଙ୍କ ନଜର ‘ହୋମବାଉଣ୍ଡ’ରେ ଉପରେ ରହିଛି । ଆଶା ରହିଛି କି ଏହି ଫିଲ୍ମଟି କେବଳ ଭାରତର ପ୍ରତିନିଧିତ୍ବ କରିବନି ଓସ୍କାର ନାମାଙ୍କନ ହାସଲ କରେ ତେବେ ଭାରତର ଗୌରବ ବଢାଇବ ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories