www.samajalive.in
Saturday, December 6, 2025
14.1 C
Bhubaneswar

ଏନକାଉଣ୍ଟରରେ ଟଳିପଡିଲେ ଦୁଇ ମହିଳା ନକ୍ସଲ

ମହାରାଷ୍ଟ୍ର : ନକ୍ସଲ ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। କିଛି ଦିନ ହେବ ଲଗାତାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ବହୁ ନକ୍ସଲ ନିହତ ହେଉଛନ୍ତି। ବହୁ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ ମଧ୍ୟ କରୁଛନ୍ତି। ବୁଧବାର ମହାରାଷ୍ଟ୍ରର ଗଡଚିରୋଲିରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ମହିଳା ନକ୍ସଲ ନିହତ ହୋଇଛନ୍ତି।

ସୂଚନା ମୂତାବକ କୌଣସି ବିଶ୍ଵସ୍ତ ସୂତ୍ରରୁ ଖବର ମିଳିବା ପରେ ସୁରକ୍ଷା କର୍ମୀମାନେ ଗଡଚିରୋଲି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ । ସୁରକ୍ଷାକର୍ମୀ ଏବଂ ପୁଲିସ୍‌ କୁ ଦେଖି ନକ୍ସଲ ମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ପୁଲିସ୍‌ ମଧ୍ୟ ଏହାର ପାଲଟା ଜବାବ ଦେବାକୁ ଯାଇ ସେମାନଙ୍କ ଉପରେ ଗୁଳିଚାଳନା କରିଥିଲା।

- Advertisement -

ଏଥିରେ ଦୁଇ ଜଣ ମହିଳା ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଅନ୍ୟ ନକ୍ସଲ ମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିବାବେଳେ ଘଟଣାସ୍ଥଳରୁ ଏକ ପିସ୍ତଲ , ଏକେ-୪୭ ଏବଂ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ନକ୍ସଲଙ୍କ ପରିଚୟ ମିଳିପାରିନଥିବାବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories