Patra electronics

ନୈତିକ ମନୋବଳ ଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଏକ ହୋଇ ରହିବ, ଏକ ହୋଇ କାମ କରିବ, ଏକ ହୋଇ ଉନ୍ନତି କରିବ, ଏକ ହୋଇ ଲଢିବ ଓ ଏକ ହୋଇ ଜିତିବ। ବିଜେପି କର୍ମୀମାନଙ୍କ ସହ ଭିଡିଓ କନଫରେନି୍ସଂ ମାଧ୍ୟମରେ ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ଶତ୍ରୁ ଭାରତକୁ ଅସ୍ଥିର କରିବା ପାଇଁ ପ୍ରଚେଷ୍ଠା ଚଳାଇଛି ଓ ଆତଙ୍କବାଦୀ ଆକ୍ରମଣ କରି ଏହାର ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଚାହୁଁଛି। ଶତ୍ରୁ ଦେଶର ସାମ୍ନା କରିବାକୁ ଭାରତର ସମସ୍ତ ନାଗରିକଙ୍କୁ ଐକ୍ୟବଦ୍ଧ ହୋଇ ଲଢିବାକୁ ପଡିବ। ସେ କହିଛନ୍ତି, ନିରାପତ୍ତାବାହିନୀ ଜବାନମାନଙ୍କ ଉପରେ ଦେଶ ଦୃଢ ବିଶ୍ୱାସ ରଖିଛି। ସେମାନଙ୍କର ନୈତିକ ମନୋବଳ ଯେପରି କ୍ଷୂର୍ଣ୍ଣ ନ ହୁଏ, ସେଥିପ୍ରତି ସାବଧାନ ରହିବାକୁ ସେ କହିଛନ୍ତି। ଶତ୍ରୁପକ୍ଷକୁ ସେମାନଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ନ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସମଗ୍ର ଦେଶ ସେମାନଙ୍କ ପଛରେ ଛିଡା ହୋଇଛି ଓ ବିଶ୍ୱ ଭାରତର ମନୋବଳ ଜାଣିପାରିଛି।

Leave A Reply