ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ୭ତାରିଖରୁ ଯୁକ୍ତ-୨ ପରୀକ୍ଷା ଆରମ୍ଭ ହେବ। ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାରୁ ଯୁକ୍ତ-୨ ପରୀକ୍ଷାରେ ଏଭଳି ସ୍ଥିତି ନ ଉପୁଯିବା ପାଇଁ ସରକାର କଡା ନିୟମ କରିଛନ୍ତି। ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ହାତଘଣ୍ଟା ଓ ମୋବାଇଲ ଆଦି ନେବାକୁ ବାରଣ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ସୁପରିଟେଣ୍ଡନଙ୍କ ବ୍ୟତୀତ ଅନ୍ୟ କିଏ ବି ପରୀକ୍ଷା ଚାଲୁଥିବା ସମୟରେ ମୋବାଇଲ ଫୋନ ନେଇ ଯାଇପାରିବେ ନାହିଁ ବୋଲି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ୧୦୯୧ଟି କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା କରାଯିବ। ଏହି ପରୀକ୍ଷାରେ ୩ଲକ୍ଷ ୬୯ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସକାଳ ୭ଟାରୁ ୯.୩୦ ଭିତରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ।
ଯୁକ୍ତ-୨ ପରୀକ୍ଷାରେ ଲାଗୁ ହେଲା କଡା ନିୟମ
Popular Categories



