www.samajalive.in
Friday, December 5, 2025
17.1 C
Bhubaneswar

ପିପିଲିରେ ଘଣ୍ଟାଏ ଝଡବର୍ଷା

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ବେଗରେ ପବନ ବୋହିବା ସହ ପ୍ରାୟ ଘଣ୍ଟାଏ କାଳ ଘଡଘଡି ଓ ବିଜୁଳି ସହ ଝଡବର୍ଷା ହୋଇଥିଲା। ଏହି ଅଦିନିଆ ବର୍ଷା ଯୋଗୁଁ ପାଗ ଥଣ୍ଡା ହୋଇଯିବା ସହ ଗଛର ଡାଳପତ୍ର ଆଦି ପଡି ରାସ୍ତାଘାଟ ଆବର୍ଜ୍ଜନାମୟ ହୋଇଥିବା ଦେଖାଯାଇଛି। ପୂର୍ବାହ୍ନରୁ ଆକାଶ ମେଘୁଆ ରହିଥିବା ବେଳେ ୨ଟା ୪୫ ମିନିଟରେ ଝଡବର୍ଷା ହୋଇଥିଲା। ବିରି, ମୁଗ ଆଦି ଫସଲ ପାଇଁ ଏହି ବର୍ଷା ବେଶ ଅନୁକୂଳ ହୋଇଥିବା ବେଳେ ବିଶେଷ କରି କୋବି ଫସଲକୁ ଏହା କ୍ଷତି ପହଞ୍ଚାଇବ ବୋଲି କେତେକ ଚାଷୀ ମତ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories