www.samajalive.in
Saturday, December 6, 2025
19.1 C
Bhubaneswar

ପାକିସ୍ତାନର ୮୭% ଅଞ୍ଚଳ ଉପରେ ନଜର ରଖିଛି ଇସ୍ରୋ ଉପ୍ରଗହ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଭାରତୀୟ ପାଇଲଟ ଅଭିନନ୍ଦନ ଭର୍ତମାନ ଏବେ ପାକିସ୍ତାନରେ ବନ୍ଦୀ ଅଛନ୍ତି। ସାରା ଦେଶ ତାଙ୍କ ମୁକ୍ତି ପାଇଁ ଦାବି କରିଆସୁଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସମୟରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଉପଗ୍ରହ ଭାରତର ସବୁଠୁ ବଡ଼ ଶକ୍ତି ହେବ ଓ କାମରେ ଆସିବ ବୋଲି ରକ୍ଷା ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଭାରତ ଉପଗ୍ରହ ଦ୍ୱାରା ପାକିସ୍ତାନର ୮୭% ଅଞ୍ଚଳର କୋଣ ଅନୁକୋଣ ଉପରେ ନଜର ରଖିଛି। ଏହାଦ୍ୱାରା ଭାରତ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ସାମରିକ ଅଞ୍ଚଳର ସମସ୍ତ ଗିତିବିଧି ଜାଣିପାରିବ। ପାକିସ୍ତାନର ମୋଟ ୮.୮ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳରୁ ୭.୭ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳର ଟିକ୍‍ନିଖ୍‍ ତଥ୍ୟ ଆଣିପାରିବ। ଏପରିକି ଇସ୍ରୋ ଉପଗ୍ରହ ଏସବୁ ଅଞ୍ଚଳର ୦.୬୫ ମିଟର ଉଚ୍ଚଗୁଣବତ୍ତା (ହାଇରିଜୋଲ୍ୟୁସନ) ଫଟୋ ଉତ୍ତୋଳନ କରିପାରିବେ। ଭାରତର କିଛି ଉପଗ୍ରହ ରାତିରେ ବି ଫଟୋ ଉତ୍ତୋଳନ କରିପାରିବେ ଓ ଗତିବିଧି ଉପରେ ନଜର ରଖିପାରିବେ। କେବଳ ପାକିସ୍ତାନ ନୁହେଁ ଇସ୍ରୋର ଉପଗ୍ରହ ୧୪ଟି ଦେଶ ଉପରେ ନଜର ରଖିଛନ୍ତି। ମହାକାଶରେ ଭାରତର ଏଭଳି ୧୦ଟି ଉପଗ୍ରହ ରହିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories