www.samajalive.in
Saturday, December 6, 2025
15.1 C
Bhubaneswar

ଶୁକ୍ରବାରରେ ମୁକ୍ତ ହେବେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ, ଓ୍ୱାଘା ସୀମା ଦେଇ ଭାରତ ଆସିବେ

ନୂଆଦିଲ୍ଲୀ ..- ଶୁକ୍ରବାରରେ ଓ୍ୱିଙ୍ଗକମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମୁକ୍ତ କରିବ  ବୋଲି ସୂଚନା ଦେଇଛି । ପାକିସ୍ତାନର  ସସଂଦର ମିଳିତ ଅଧିବେଶନରେ  ଉଦ୍‌ବୋଧନ ଦେବା ସମୟରେ  ଇମରାନ୍‌ ଖାନ୍‌ ଏହି ସୂଚନା ଦେଇଛନ୍ତି । ଶାନ୍ତି ପ୍ରତିଷ୍ଠା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ସୂଚନା ଦେଇଛନ୍ତି । ମାତ୍ର ଆତଙ୍କବାଦୀ ହାଫିଜ୍‌ ସୟିଦକୁ ଲୁଚାଇବା ପାଇଁ ପାକିସ୍ତାନ ତରବରିଆ ଭାବେ ଏପରି  ପଦକ୍ଷେପ ଗ୍ରହଣ କରୁଥିବା ଆଲୋଚନା ହେଉଛି । ଓ୍ୱାଘା ସୀମା ଦେଇ ସେ ଭାରତକୁ ଆସିବେ  ବୋଲିସୂଚନା ମିଳିଛି । ଅନ୍ତର୍ଜାତୀୟ ରେଡ୍‌କ୍ରେସକୁ  ପାକିସ୍ତାନ ପକ୍ଷରୁ ତାଙ୍କୁ ହସ୍ତାନ୍ତର କରାଯିବ।  ତାଙ୍କ ସହ ଗ୍ରୁପ କ୍ୟାପଟେନ୍‌ ଜେଡି କ୍ୟୁରିଅନ୍‌ଙ୍କ ସହ ସେ ଆସିବେ ବୋଲି କହିଛନ୍ତି ।

ବୁଧବାରରେ  ପାକିସ୍ତାନ ଯୁଦ୍ଧ ବିମାନକୁ  ସୀମା ପାର କରାଇବା ସମୟରେ ଅଭିନନ୍ଦନଙ୍କ ମିଗ୍‌ ୨୧ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ପାରାଚ୍ୟୁଟ୍‌ ମାଧ୍ୟମରେ ପାକିସ୍ତାନ ଅଧିକୃତ କାଶ୍ମୀରରେ  ଓହ୍ଲାଇଥିଲେ । ଏହାପରେ  କିଛି ସ୍ଥାନୀୟ ଲୋକ ତାଙ୍କୁ ଘେରିଯାଇଥିଲେ । ପରେ ପାକିସ୍ତାନ ସେନା ଅଭିନନ୍ଦନଙ୍କୁ ତାଙ୍କ କବ୍‌ଜାକୁ ନେଇଥିଲେ । ପରେ ପାକିସ୍ତାନ ସେନା ପକ୍ଷରୁ ତାଙ୍କର ଭିଡିଓ ଜାରି କରାଯାଇଥିଲା ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories