www.samajalive.in
Saturday, December 6, 2025
26.1 C
Bhubaneswar

ପଞ୍ଜୀକରଣ ଅବଧି ବୃଦ୍ଧି ଦାବୀ ନେଇ ଚାଷୀ ମାରିଲେ ତାଲା … ପ୍ରଶାସନ ନାକେଦମ୍

ରେଙ୍ଗାଲିକ୍ୟାମ୍ପ: ସୁଧୁରି ପାରୁ ନାହିଁ ଚାଷୀଙ୍କ ସମସ୍ୟା। ଦୀର୍ଘ ୧୭ ଦିନ ଧରି ତାଲା ଝୁଲୁଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅର୍ନ୍ତଗତ ଝିଲିମିଣ୍ଡା ପ୍ରାଥମିକ ସେବା ସମବାୟ ସମିତି ଏବଂ ପତ୍ରାପାଳି ମାର୍କେଟ ୟାର୍ଡଠାରେ। ସମିତିର ଚାଷୀ ପଞ୍ଜିକରଣ କରାଯାଉଥିବା ଅଫିସରେ ଅଗଷ୍ଟ ମାସ ୨୬ ତାରିଖରୁ ଚାଷୀମାନେ ଚାଷୀ ପଞ୍ଜିକରଣ ଅବଧି ବଢ଼ାଇବା ପାଇଁ ତାଲା ପକାଇବା ୧୭ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ସମାଧାନ କରି ପାରୁନଥିବାରୁ ସମିତିରେ କାର୍ଯ୍ୟ ଠପ୍ ହୋଇ ଯାଇଛି।
ଗତକାଲି ଝିଲିମିଣ୍ଡା ପେକ ସଭାପତି ହରେକୃଷ୍ଣ ପ୍ରଧାନ, ନିର୍ଦ୍ଦେଶକ ସଞ୍ଜୀବ ତ୍ରିପାଠୀ, ଯାଦବ ଭୋଇ, ଭଗବାନ ପ୍ରଧାନ, ସୁରେଶ କର୍ଣ୍ଣ, ବେଦମଣୀ ପ୍ରଧାନଙ୍କ ସମେତ ପଞ୍ଜିକରଣରୁ ବଞ୍ଚିତ ହୋଇଥିବା ଚାଷୀ ବରଗଡ଼ ଏଆରସିଏସ କାର୍ଯ୍ୟାଳୟରେ ଆଲୋଚନା କରି ଅବଧି ବୃଦ୍ଧି ପାଇଁ କହିଥିଲେ। କିନ୍ତୁ ଏଆରସିଏସ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍କର୍ଷ ବାହାରିବା ପରେ ସନ୍ଧ୍ୟାରେ ଯାଇ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ କହିଥିଲେ। ସନ୍ଧ୍ୟାରେ ବରଗଡ଼ ଡି ଆର୍ ସି ଏସ, ଅତାବିରା ତହସିଲଦାର କେ, ରିଚି କୁମାର, ଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ଉପସ୍ଥିତିରେ ତାଲା ଖୋଲିଥିଲେ ଏବଂ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ କହିଥିଲେ। କିନ୍ତୁ ଚାଷୀମାନେ କୌଣସି ଆଲୋଚନା ପାଇଁ ମନା କରି, ଯେ ପର୍ଯ୍ୟନ୍ତ ପଞ୍ଜିକରଣ ଅବଧି ବୃଦ୍ଧି ନହୋଇଛି, ସେ ପର୍ଯ୍ୟନ୍ତ ତାଲା ଝୁଲିବ ବୋଲି କହି ପୁଣି ତାଲା ମାରିଛନ୍ତି । ଦାବୀ ପୂରଣ ନ ହେଲେ ରବି ଫସଲ ବେଳେ ଅଞ୍ଚଳର ସମସ୍ତ ମାର୍କେଟ ୟାର୍ଡରେ ମଧ୍ୟ ତାଲା ମାରିବେ ବୋଲି ଚେତାବନୀ ଦେବା ପରେ କୌଣସି ବିକଳ୍ପ ନ ପାଇଁ ଅଧିକାରୀ ଫେରିଗଲେ ।

ଆଉ ଅଳ୍ପ ଦିନ.. ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ; ଏହି ୩ ରାଶି ହେବେ ମାଲାମାଲ୍‌, ଚାକିରି ଠାରୁ ଆରମ୍ଭ କରି ଦାମ୍ପତ୍ୟ ଜୀବନରେ ହେବ ଖୁସିର ଆଗମନ

ଜିଏସଟି.. ୨.୭୦ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହେଲା କାର୍‌ ଦାମ୍‌ ; ୪.୮୦ ଲକ୍ଷରେ ଜବରଦସ୍ତ କାର୍‌

- Advertisement -

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories