www.samajalive.in
Friday, December 12, 2025
16.1 C
Bhubaneswar

ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା

ରାୟଗଡ଼ା : ରାୟଗଡା ଜିଲା କାଶୀପୁର ବ୍ଲକ୍ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମ ନିକଟରେ ହତ୍ୟାକାଣ୍ଡ। ଯୁବକଙ୍କ ଗଳାକାଟି ବୀଭତ୍ସ ହତ୍ୟା କରିଛନ୍ତି ଦୁର୍ବୃତ୍ତ।
ମୃତକ ଜଣକ ହେଲେ କୋରାପୁଟ ଜିଲା ଦଶମନ୍ତପୁର ବ୍ଳକ କାଳିଆମ୍ବ ଗ୍ରାମର ଖଗେଶ୍ବର ମାଣ୍ଡାଙ୍ଗି। ଗତକାଲି ଦୁଇ ଜଣ ସାଙ୍ଗ ଟିକିରି ବାଲିଯାତ୍ରା ଦେଖିବାକୁ ଯାଇଥିଲେ। ଯାତ୍ରା ଦେଖି ଅଟୋରେ ଫେରିବା ସମୟରେ ଅଭିଯୁକ୍ତ ଜଣକ ଡି.କରଳ ଗ୍ରାମ ନିକଟ ଜଙ୍ଗଲରେ ଅଟୋ ରଖିବାକୁ କହିବା ସହ ଖଗେଶ୍ବରଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଖବର ଦେବା ପରେ ଦୋରାଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟା କରିଥିବା ସାଙ୍ଗକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପୂର୍ବରୁ ମୃତ ଖଗେଶ୍ବର ଗୁଣିଗାରେଡି କରୁଛି ବୋଲି ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ହୋବା ସହ ଗାଁରେ ସଭା ହୋଇଥିଲା। ଗୁଣିଗାରେଡି ଯୋଗୁଁ ଏପରି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି।

ଜିଏସଟି.. ୨.୭୦ ଲକ୍ଷ ପର୍ଯ୍ୟନ୍ତ ଶସ୍ତା ହେଲା କାର୍‌ ଦାମ୍‌ ; ୪.୮୦ ଲକ୍ଷରେ ଜବରଦସ୍ତ କାର୍‌

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories