www.samajalive.in
Saturday, December 13, 2025
26.1 C
Bhubaneswar

ମଣିପୁରରେ ପ୍ରଧାନମନ୍ତ୍ରୀ ମୋଦୀ: କହିଲେ ମଣିପୁର ସାହସ ଓ ବୀରତ୍ୱର ଭୂମି

ସମାଜ ଡିଜିଟାଲ ଡେସ୍କ: ୨୦୨୩ ମସିହା ମଣିପୁର ହିଂସାକାଣ୍ଡ ପରେ ପ୍ରଥମ କରି ଆଜି ମଣିପୁର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁଡାଚନ୍ଦ୍ରପୁର ଜିଲାରେ ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି ମୋଦୀ । ଏହି ଅବସରରେ ମୋଦୀ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ ମଣିପୁର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ୱେ ଆପଣମାନେ ଏଠାକୁ ଆସିଥିବାରୁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ‘ମଣି’ ଶଦ୍ଦ ରହିଛି । ‘ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ୭ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ମଣିପୁର ଏକ ସୀମାନ୍ତ ରାଜ୍ୟ, ଏଠାକୁ ଯୋଗାଯୋଗ ସବୁବେଳେ ଏକ ଚ୍ୟାଲେଞ୍ଜ । ମୁଁ ମୋଦୀ କହିଛନ୍ତି ଯେ ମୁଁ ଭଲଭାବେ ବୁଝୁଛି ଯେ ଭଲ ରାସ୍ତାର ଅଭାବ ହେତୁ ଆପଣମାନେ ଅନେକ ଅସୁବିଧାରେ ପଡୁଛନ୍ତି । ମଣିପୁରରେ ରାସ୍ତା ଓ ରେଳପଥ ନିର୍ମାଣ ପାଇଁ ବଜେଟ୍‍ ବୃଦ୍ଧି କରାଯାଇଛି । ଗାଁ ଗୁଡିକୁ ରାସ୍ତା ସହିତ ସଂଯୋଗ କରିବା ପାଇଁ ପ୍ରୟାସ କରାଯାଇଛି । ମଣିପୁରରେ ଜାତୀୟ ରାଜପଥ ନିର୍ମାଣ ପାଇଁ ୩ହଜାର ୭ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଆଉ ନୂଆ ରାଜପଥ ନିର୍ମାଣ ଲାଗି ୮ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ୭-୮ବର୍ଷ ପୂର୍ବେ ମାତ୍ର ୨୫-୩୦ହଜାର ଘରେ ପାଇପ୍‍ ଜଳ ପହଞ୍ଚୁଥିଲା । ଆଜି କିନ୍ତୁ ୩.୫ଲକ୍ଷରୁ ଅଧିକ ଘରେ ନଳରୁ ଜଳ ଯୋଗାଣର ସୁବିଧା ମିଳୁଛି ।

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories