www.samajalive.in
Saturday, December 6, 2025
26.1 C
Bhubaneswar

ରାତି ଅଧରେ ପୁଲିସ୍‌ ବାବୁଙ୍କ ଦବଙ୍ଗଗିରି

ମୟୁରଭଞ୍ଜ: ପୁଲିସ୍‌ର ଦବଙ୍ଗଗିରି । ରାତି ଅଧରେ ହଠାତ୍ ଫାର୍ମ ହାଉସ୍‌ରେ ପଶି କଲେ ଦାଦାଗିରି। ଏଭଳି କିଛି ଘଟଣା ଘଟାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଏଏସଆଇ। ଯାହାର ଭିଜୁଆଲ ସିସି ଟିଭିରେ କଏଦ ହୋଇଛି। ସୂଚନା ମୂତାବକ ବୁଧବାର ବିଳମ୍ବିତ ରାତିରେ ଖୁଣ୍ଟା ଥାନା ଏଏସଆଇ ଛବିଳ ପ୍ରଧାନ ଏବଂ ଅନ୍ୟ ଜଣେ ପୁଲିସ୍‌ କର୍ମଚାରୀ ଦୁଇ ଜଣ ଯୁବକଙ୍କୁ ସହ ଉଦଳା ରଙ୍ଗମାଟିଆରେ ଥିବା ବୁନେସ କୁମାର ପରିଛାଙ୍କୁ ଫାର୍ମ ହାଉସ୍‌କୁ ଆସିଥିଲେ। ଫାର୍ମ ହାଉସ୍‌ ରେ ପଶି ବୁନେସ ଙ୍କୁ ଖୋଜିଥିଲେ। ଏବଂ ସେଠାରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ବାହାର କରିଦେଇଥିଲେ। ଏହାପରେ ପୁଲିସ୍‌ ବାବୁଙ୍କ ସାଙ୍ଗରେ ଥିବା ଦୁଇ ଯୁବକ ଏକ ଶାବଳ ସାହାର୍ଯ୍ୟରେ ଫାର୍ମ ହାଉସ୍‌ ରେ ଲାଗିଥିବା ସିସି ଟିଭିକୁ ଭାଙ୍ଗି ଦେଇଥିଲେ। ଯାହାର ପୁରା ଭିଜୁଆଲ ସିସି ଟିଭିରେ କଏଦ ହୋଇଛି। ଦୀର୍ଘ ସମୟ ଧରି ଫାର୍ମ ହାଉସରେ ରହିବା ପରେ ବୁନେଶ ଏବଂ ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଥାନାକୁ ନେଇ ଯାଇଥିଲେ। କିନ୍ତୁ ବୁନେଶଙ୍କ ନାଁରେ ଥାନାରେ କୌଣସି ମାମଲା ନଥିଲା। ତେବେ ବିନା କାରଣରେ ବୁନେଶଙ୍କ ଫାର୍ମରେ ପଶିବା , ତାଙ୍କୁ ଜଣେ କୁଖାତ ଅପରାଧୀ ଭଳି ବ୍ୟବହାର କରିବା , କର୍ମଚାରୀ ଙ୍କୁ ମାଡ ମାରିବା ଭଳି ସାଂଘାତିକ ଅଭିଯୋଗ ନେଇ ବୁନେଶ ଏସ୍‌ପିଙ୍କୁ ଜଣାଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories