www.samajalive.in
Saturday, December 6, 2025
26.1 C
Bhubaneswar

ବଜ୍ରପାତରେ ୩ ମୃତ, ୨ ଗୁରୁତର

ରାୟଗଡ଼ା: ରାୟଗଡା ବ୍ଲକ ବିଷ୍ଣୁଗୁଡା ଗାଁରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ହୋଇଥିବା ଜଣାପଡିଛି। ବିଷ୍ଣୁଗୁଡାରେ ଏକ କପା ବାଡରେ କାମ କରୁଥିବା ବେଳେ ବଜ୍ରପାତ ଘଟିବାରୁ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ମୁତାବକ, ରାୟଗଡ଼ା ବ୍ଲକ ପୀତାମହଲ ପଞ୍ଚାୟତ ବିଷ୍ଣୁଗୁଡ଼ା ଗ୍ରାମର ସମ୍ବାରୀ ପିଡ଼ିକା(୪୫)ଙ୍କ କୁଡେଶୁ ଗାଁ ପାହାଡ଼ ତଳେ ଥିବା କପା ବାଡ଼ରେ ଆଜି ୫ ଜଣ କାମ କରୁଥିଲେ। ଅପରାହ୍ନରେ ଘଟିଥିବା ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଥିଲେ। ସେମାନେ ବିଲରେ କାମ କରୁଥିବା ବେଳେ ହଠାତ୍ ବର୍ଷା ଓ ବିଜୁଳି ମାରିବାରୁ ସମସ୍ତେ ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ମୃତକମାନେ ହେଲେ ସମ୍ବାରୀ ପିଡିକା, ଲେଖପୁଟ ଗାଁର ଏମେଲ ମିଣିଆକା, ଝୁମୁକା ଗାଁର ଗିରିଆ ମିଣିଆକା। ଏଥିରେ ସମ୍ବାରୀଙ୍କ ବଡ଼ ଭଉଣୀ ପାଣ୍ଡେ ପିଡ଼ିକା ଓ ହରିପୁର ଗାଁର ତୁଳସୀ ପିଡିକା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ସଂପର୍କରେ ଖବର ପାଇ ଶେଷଖାଲ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏ ନେଇ ଶେଷଖାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories