www.samajalive.in
Monday, December 15, 2025
17.1 C
Bhubaneswar

କଳାହାଣ୍ଡିର ୨୧ଜଣ ଯୁବ ତୀରନ୍ଦାଜ ଓଡ଼ିଶା ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା ପାଇଁ ମନୋନୀତ

ଲାଞ୍ଜିଗଡ଼ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଯୁବ ତୀରନ୍ଦାଜମାନଙ୍କୁ ପ୍ରାତ୍ସାହିତ କରୁଛି। ଏହି କ୍ରୀଡାବିତମାନଙ୍କ ମଧ୍ୟରୁ ୨୧ଜଣ ଯୁବତୀରନ୍ଦାଜ ଆଗାମୀ୨୬ତମ ଓଡ଼ିଶାରାଜ୍ୟ ମୁକ୍ତତୀରନ୍ଦାଜ ପ୍ରତିଯୋଗିତା ୨୦୨୫ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ବେଦାନ୍ତର ସହାୟତାରେ କଳାହାଣ୍ଡି ଆଥଲେଟିକ୍ ଆସୋସିଏସନ ଦ୍ୱାରା ଆୟୋଜିତ ଲାଞ୍ଜିଗଡ଼ର ଏସ୍‌ଏସ୍‌ଡି ସ୍କୁଲରେଅନୁଷ୍ଠିତ ଜିଲ୍ଲାସ୍ତରୀୟ ପରୀକ୍ଷଣରୁ ଏହି ଯୋଗ୍ୟତା ହାସଲ କରିଥିଲେ, ଯେଉଁଠାରେ ମୋଟ୪୦ଜଣ ତୀରନ୍ଦାଜ ଭାରତୀୟ ରାଉଣ୍ଡ, କମ୍ପାଉଣ୍ଡ ଏବଂ ରିକର୍ଭ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

୨୦୧୮ରେ ଆରମ୍ଭ ହୋଇଥିବା ବେଦାନ୍ତ ଲାଞ୍ଜିଗଡ଼ର କ୍ରୀଡା ପଦକ୍ଷେପ କଳାହାଣ୍ଡିର ଯୁବ ପ୍ରତିଭାକୁ ବୃତ୍ତିଗତ ତାଲିମ, ଜାତୀୟ ସ୍ତରୀୟ ପ୍ରଶିକ୍ଷଣ, ଆଧୁନିକ ଉପକରଣ ଏବଂ କିଟ୍, ଲଜିଷ୍ଟିକ୍‌ ସହାୟତା ଏବଂପୁଷ୍ଟିକର ଖାଦ୍ୟ ପ୍ରଦାନ କରି ସେମାନଙ୍କୁ ପ୍ରୋତ୍ସାହିତ କରୁଛି।ବର୍ତ୍ତମାନ, ୪୦ ଜଣ ଛାତ୍ର ତୀରନ୍ଦାଜୀରେ ଏବଂ ଅନ୍ୟ ୪୦ଜଣ ଆଥଲେଟିକ୍ସରେ ତାଲିମ ନେଉଛନ୍ତି, ଏହି କାର୍ଯ୍ୟକ୍ରମ ଅଧୀନରେ ଏପର୍ଯନ୍ତ ୩୦୦ରୁ ଅଧିକ ଯୁବ ତାଲିମ ପାଇଛନ୍ତି। ଏହି ପଦକ୍ଷେପ ଲଗାତାର ପ୍ରଭାବଶାଳୀ ଫଳାଫଳ ପ୍ରଦାନ କରିଆସୁଛି, ପ୍ରଶିକ୍ଷାର୍ଥୀମାନେ ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟସ୍ତରୀୟ ଇଭେଣ୍ଟରେ ୩୭ପଦକ ଜିତିଛନ୍ତି, ତୀୟ ପ୍ରତିଯୋଗିତାରେ ୨୦ରୁ ଅଧିକ ପ୍ରତିନିଧିତ୍ୱ କରିଛନ୍ତି ଏବଂ ଦ୍ୱିତୀୟ ଜନଜାତୀୟ ଖେଳ ମହୋତ୍ସବ ୨୦୨୪ରେ ଗୋଟିଏ ଜାତୀୟ ପଦକ ଜିତିଛନ୍ତି। ବେଦାନ୍ତ ଆଲୁମିନାର ସିଇଓ, ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଆନନ୍ଦ ପ୍ରକାଶ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories