www.samajalive.in
Friday, December 12, 2025
16.1 C
Bhubaneswar

ଅକ୍ଟୋବରରୁ ଦେଶବ୍ୟାପୀ ଏସ୍‌ଆଇଆର !

ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବର ମାସରୁ ଦେଶବ୍ୟାପୀ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ (ଏସଆଇଆର୍‌) ହେବ ବୋଲି ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ। ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସହିତ ବୁଧବାର ବୈଠକ କରାଯାଇ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ବିହାରରେ ଯେପରି ଏସ୍‌ଆଇଆର କରାଯାଇଛି ସେହିଭଳି ଏସଆଇଆର କରାଯିବ। ବୈଠକ ତଥା ୱାର୍କସପ୍‌ରେ ସିଇଓମାନଙ୍କୁ ଯଥାଶୀଘ୍ର ଏସଆଇଆର ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା। ଜବାବରେ ଅଧିକାଂଶ ସିଇଓ କହିଛନ୍ତି ଯେ ସେପ୍ଟେମ୍ବର ସୁଦ୍ଧା ମୌଳିକ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯିବ। ଏସଆଇଆର ସମୟରେ ଭୋଟରଙ୍କ ପରିଚୟ ଯାଞ୍ଚ ପାଇଁ କେଉଁ କେଉଁ ପରିଚୟପତ୍ରକୁ ଗ୍ରହଣ କରାଯିବ ତା’ର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଆଞ୍ଚଳିକ ଭିତ୍ତିରେ ଭୋଟରଙ୍କ ପରିଚୟ ଯାଞ୍ଚ ଲାଗି ଅଲଗା ଅଲଗା ପରିଚୟପତ୍ର ଧାର୍ଯ୍ୟ କରାଯିବ। ଉଦାହରଣ ସ୍ବରୂପ ଉତ୍ତର-ପୂର୍ବାଞ୍ଚଳ ଆଦିବାସୀ ଅଧ୍ୟୁଷିତ ଇଲାକାରେ ଭୋଟରଙ୍କ ପରିଚୟ ପତ୍ର ପାଇଁ ବାସସ୍ଥାନ ପ୍ରମାଣପତ୍ରକୁ ଗ୍ରହଣ କରାଯିବ।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories