www.samajalive.in
Monday, December 8, 2025
27.1 C
Bhubaneswar

୨୦୩୫ ସୁଦ୍ଧା ନୌସେନାର ଯୁଦ୍ଧଜାହାଜ ସଂଖ୍ୟା ୨୦୦ ହେବ

ନୂଆଦିଲ୍ଲୀ: ଭାରତର ନୌସେନା ଏହାର ଶକ୍ତିକୁ ଦ୍ରୁତ ବେଗରେ ବୃଦ୍ଧି କରିବାରେ ଲାଗିଛି। ପାକିସ୍ତାନ ଓ ଚୀନ ଭଳି ପଡୋଶୀ ଶତ୍ରୁଙ୍କୁ ଏକକାଳୀନ ମୁକାବିଲା କରିବା ଲାଗି ନୌସେନା ଏହାର ଯୁଦ୍ଧଜାହାଜ ସଂଖ୍ୟା ୨୦୩୫ ସୁଦ୍ଧା ୨୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ନୌସେନା ଏବେ ୫୫ଟି ଛୋଟବଡ ଯୁଦ୍ଧଜାହାଜ ଓ ବୁଡାଜାହାଜର ନିର୍ମାଣ ଚଳାଇଛି। ପ୍ରାୟ ୯୯,୫୦୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ସିପ୍‌ୟାର୍ଡରେ ଏହିସବୁ ଯୁଦ୍ଧ ଜାହାଜର ନିର୍ମାଣ କରାଯାଉଛି। ଏହା ବ୍ୟତୀତ ୭୪ଟି ଯୁଦ୍ଧଜାହାଜର ନିର୍ମାଣ ନିମନ୍ତେ ପ୍ରାରମ୍ଭିକ ଅନୁମୋଦନ ଲାଭ କରିଛି। ଏହି ୭୪ଟି ଯୁଦ୍ଧଜାହାଜର ନିର୍ମାଣ ଲାଗି ୨.୩୫ ଲକ୍ଷ କୋଟି ଟଙ୍କା ବ୍ୟୟ ହେବ। ଏହିସବୁ ପ୍ରକଳ୍ପ ନିମନ୍ତେ ଚୁକ୍ତି ହୋଇ ନାହିଁ। ଏହି ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ଯୁଦ୍ଧ ଜାହାଜ ମଧ୍ୟରେ ୯ଟି ଡିଜେଲ-ଇଲେକ୍‌ଟ୍ରିକ୍ ବୁଡାଜାହାଜ ରହିଛି। ଏହା ସହିତ ୭ଟି ଆଗାମୀ ପିଢି ମଲଟି ରୋଲ ଷ୍ଟିଲଥ୍ ଫ୍ରିଗେଟ୍‌, ୮ଟି ଆଣ୍ଟି ସବ୍‌ମାରାଇନ ଓ ୧୨ଟି ମାଇନ କାଉଣ୍ଟର ମେଜର ଭେସଲ୍ ରହିଛି। ଏହି ପ୍ରକଳ୍ପ ବ୍ୟତୀତ ଆଉ କେତେକ ପ୍ରକଳ୍ପ ପ୍ରାରମ୍ଭିକ ଅନୁମୋଦନ ଅପେକ୍ଷାରେ ରହିଛି। ଅନୁମୋଦନ ଅପେକ୍ଷାରେ ରହିଥିବା ପ୍ରକଳ୍ପ ମଧ୍ୟରେ ୪ଟି ହେଉଛି ନେକ୍ସଟ ଜେନେରେସନ ଡେଷ୍ଟ୍ରୟର। ପ୍ରତିଟି ଡେଷ୍ଟ୍ରୟରର କ୍ଷମତା ୧୦ହଜାର ଟନ ରହିବ। ଏହା ବ୍ୟତୀତ ନୌସେନା ଦ୍ବିତୀୟ ଯୁଦ୍ଧବିମାନବାହୀ ଯୁଦ୍ଧଜାହାଜ (ଏୟାରକ୍ରାପ୍ଟ କ୍ୟାରିୟର) ନିର୍ମାଣ କରିବାକୁ ଯୋଜନା କରିଛି।

ଆଇଏନଏସ୍ ବିକ୍ରାନ୍ତ ଅନୁରୂପ ୪୦,୦୦୦ ଟନ କ୍ଷମତା ବିଶିଷ୍ଟ ଏୟାରକ୍ରାପ୍ଟକୁ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିବାକୁ ଯୋଜନା କରିଛି। ଆମେରିକା, ରୁଷ୍‌, ଚୀନ, ଫ୍ରାନ୍ସ ଓ ବ୍ରିଟେନ ଅନୁରୂପ ଭାରତ ନିଜକୁ ପି୫ ବର୍ଗର ନୌସେନା କ୍ଷମତା ବିଶିଷ୍ଟ ଦେଶ ରୂପେ ଗଢିତୋଳିବା ଦିଗରେ ଅଗ୍ରସର ହେଉଛି।

- Advertisement -

ଭାରତ ପାଖରେ ଏବେ ୧୭୦ଟି ଯୁଦ୍ଧଜାହାଜ ରହିଛି। ଏହା ମଧ୍ୟରେ ୧୭ଟି ହେଉଛି ଡିଜେଲ-ଇଲେକଟ୍ରିକ୍ ବୁଡାଜାହାଜ। ଏଥିରୁ ୧୧ଟିର ଅବଧି ଶେଷ ହେବାକୁ ଯାଉଛି। ଏହା ବ୍ୟତୀତ ଦୁଇଟି ନ୍ୟୁକ୍ଲିୟର ପାୱାର ସବ୍‌ମାରାଇନ ୱିଥ୍ ବାଲାଷ୍ଟିକ୍ ମିଶାଇଲ (ଏସଏସବିଏନ୍‌)। ନୌସେନା ପାଖରେ ଏବେ ୨୫୦ଟି ଯୁଦ୍ଧବିମାନ ଓ ହେଲିକପ୍ଟର ରହିଛି। ପୁରୁଣା ଯୁଦ୍ଧଜାହାଜଗୁଡିକ ପର୍ଯ୍ୟାୟକ୍ରମେ ଅବସର ନେବାକୁ ଯାଉଥିବାବେଳେ ଏହାକୁ ଭରଣା କରିବା ସହିତ ୨୦୩୫ ସୁଦ୍ଧା ଯୁଦ୍ଧଜାହାଜ ସଂଖ୍ୟା ୨୦୦ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହିତ ନୌସେନାରେ ଯୁଦ୍ଧବିମାନ ଓ ହେଲିକପ୍ଟର ସଂଖ୍ୟାକୁ ୩୫୦ରେ ପହଞ୍ଚାଯିବ। ଏପରି କି ୨୦୩୭ ବେଳକୁ ଯୁଦ୍ଧଜାହାଜ ସଂଖ୍ୟା ୨୩୦ରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ଚୀନ ନୌସେନା ପାଖରେ ଏବେ ସର୍ବାଧିକ ୩୭୦ଟି ଯୁଦ୍ଧଜାହାଜ ଅଛି। ଭାରତ ମହାସାଗର ଅଞ୍ଚଳରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିଚାଲିଥିବାବେଳେ ଏହାକୁ ମୁକାବିଲା କରିବା ପାଇଁ ଭାରତକୁ ଏହାର ନୌସେନାର କ୍ଷମତା ବୃଦ୍ଧି କରିବା ଜରୁରୀ ହୋଇପଡିଛି।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories