www.samajalive.in
Sunday, December 7, 2025
16.1 C
Bhubaneswar

୧୦ ଦଫା ଦାବି ନେଇ ବଡ଼ସାହି ବ୍ଲକ କଂଗ୍ରେସର ବିକ୍ଷୋଭ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ବ୍ଲକ କଂଗ୍ରେସ ପକ୍ଷରୁ ଦଶ ଦଫା ଦାବି ନେଇ ଗୁରୁବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବ୍ଲକ କଂଗ୍ରେସ ସଭାପତି ଗୁଣନିଧି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବରିଷ୍ଠ କଂଗ୍ରେସ ନେତା କୈଳାସ ଚନ୍ଦ୍ର ଅଗ୍ରୱାଲ, ପ୍ରକାଶ କର ମହାପାତ୍ର, ମନୋରଞ୍ଜନ ବଳା, ଯୁବନେତା ସଞ୍ଜୟ ବେହେରା, ଶଶାଙ୍କ ଶେଖର କର, ପ୍ରଭାକର ମହାଳିକ, ବିରଞ୍ଚି ନାରାୟଣ ମହାପାତ୍ର ଓ ହାଡ଼ିବନ୍ଧୁ ମହାପାତ୍ରଙ୍କ ସମେତ ବହୁ କର୍ମକର୍ତ୍ତା ଦାବି ସମ୍ପର୍କରେ ଉଦ୍ବୋଧନ ଦେବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। କଂଗ୍ରେସ କର୍ମୀମାନେ କୃଷି ଋଣ ଛାଡ଼, ଭୂମିହୀନଙ୍କୁ ପଟ୍ଟା, ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ, ଚିଟଫଣ୍ଡ ଟଙ୍କା ଫେରସ୍ତ, ସବ୍ ରେଜେଷ୍ଟ୍ରୀ/ଟ୍ରେଜେରୀ କାର୍ଯ୍ୟାଳୟ ପ୍ରତିଷ୍ଠା ଓ ତିତଲି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଆଦି ବିଭିନ୍ନ ଦାବି ନେଇ ଉଦବୋଧନ ଦେଇଥିଲେ। ପ୍ରତିକୂଳ ପାଗ ସତ୍ତ୍ବେ ବିଭିନ୍ନ ପଞ୍ଚାୟତରୁ ବହୁ ଜନସାଧାରଣ ଏଥିରେ ଯୋଗ ଦେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories