www.samajalive.in
Saturday, December 6, 2025
14.1 C
Bhubaneswar

ସାର ପାଇଁ ଲମ୍ବା ଲାଇନରେ ଆଧାର କାର୍ଡ ; ସାର ୩ ଶହ ବସ୍ତାକୁ ଚାଷୀ ୮ଶହ

ଦେଓଗାଁ: ୟୁରିଆ ସାର ପାଇଁ ଚାଷୀ ରାଜରାସ୍ତାରେ ଆନ୍ଦୋଳନ କରୁଥିବା ବେଳେ ପ୍ୟାକ୍ସକୁ ଆସିଥିବା ୟୁରିଆ ସାର ନେବା ପାଇ ଲାଇନ ଲାଗିଛି ଆଧାର କାର୍ଡ। ରାତି ୩ଟାରୁ ଆଧାର କାର୍ଡ ଆଣି ଲାଇନ ଲଗାଇଛନ୍ତି ଚାଷୀ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଗୌଡଗୋଠ ପ୍ୟାକ୍ସରେ ବୁଧବାର ସକାଳୁ ସକାଳୁ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। କୃଷି ସମବାୟ ସମିତି ସମ୍ମୁଖରେ ଲାଇନରେ ନାହାନ୍ତି ଚାଷୀ, ଲମ୍ବା ଲାଇନରେ ଲାଗିଛି ଆଧାର କାର୍ଡ। ୮ଶହରୁ ଅଧିକ ଚାଷୀ ଲାଇନରେ ଛିଡ଼ା ହେବା ଅସମ୍ଭବ ହୋଇଥିବାରୁ ଆଧାରକାର୍ଡକୁ ଲମ୍ବା ଲାଇନ ଲଗାଇଛନ୍ତି। ଗୌର ଗୋଠ ପ୍ୟାକ୍ସରେ ୭୬୦ ଜଣ ଚାଷୀ ଧାନ ବିକ୍ରୀ କରିବା ପାଇଁ ପଞ୍ଜୀକୃତ କରିଥିବା ବେଳେ ୩୧୫ ବସ୍ତା ସାର ଆସିଛି।

ପ୍ରଥମେ ଋଣ ନେଇଥିବା ଚାଷୀଙ୍କୁ ୟୁରିଆ ସାର ଦେବାର ନିୟମ ସରକାର କରିଥିବାରୁ ଅଣଋଣୀ ଚାଷୀ ଆଧାର କାର୍ଡ ଲାଇନରେ ଲଗାଇ ଚିନ୍ତାରେ ରହିଛନ୍ତି। ତେବେ କମ ସାର ଥିବା ବେଳେ ଅଧିକ ଚାଷୀ ଲାଇନ ଲାଗିଥିବାରୁ ପ୍ୟାକ୍ସ କର୍ତ୍ତୃପକ୍ଷ ଚିନ୍ତାରେ ରହିଛନ୍ତି।

ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍‌, କାହାର ଦେଖାଦେବ ସମସ୍ୟା

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories