www.samajalive.in
Sunday, December 7, 2025
26.1 C
Bhubaneswar

ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଅପମିଶ୍ରଣ ରୋକିବାକୁ ଦାବି – ଓଡିଶା ଦୁଗ୍ଧଚାଷୀ ମହାସଂଘ

ଭୁବନେଶ୍ୱର : ଗୁରୁଡିଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣର ଏକ ଘଟଣା ବୁଧବାର ସାମ୍ନାକୁ ଆସିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଓଡିଶା ଦୁଗ୍ଧ ଚାଷୀ ମହାସଂଘ ରାଜ୍ୟ ଅଧ୍ୟକ୍ଷ ରବି ବେହେରା। ଅଧ୍ୟକ୍ଷ ରବି ବେହେରା କହିଛନ୍ତି, ପାର୍ବଣ ଋତୁକୁ ଆଖି ଆଗରେ ରଖି ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଅପମିଶ୍ରଣ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯାଉ। ବିଭିନ୍ନ ମ୍ୟୁନିସିପାଲଟି ଓ କର୍ପୋରେସନ, ପୁଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀ, ମିଷ୍ଟାନ୍ନ ଭଣ୍ଡାର ମାଲିକ ଓ ଦୁଗ୍ଧ ଚାଷୀମାନଙ୍କର ମିଳିତ ବୈଠକ କରାଯାଇ ଏ ଦିଗରେ ପଦକ୍ଷେପ ନିଆଯାଉ।

ପାର୍ବଣ ଋତୁକୁ ଆଖି ଆଗରେ ରଖି ଅସାଧୁ ବେପାରୀମାନେ ଦୁଗ୍ଧ, ଛେନା, ପନିର, ଘିଅ ଓ ଖୁଆ ଆଦି ଅପମିଶ୍ରଣ କରି ବଜାରକୁ ଛାଡିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ଏହି ଅପମିଶ୍ରଣକାରୀ ମାନଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଓଡିଶା ଦୁଗ୍ଧ ଚାଷୀ ମହାସଂଘ ରାଜ୍ୟ ଅଧ୍ୟକ୍ଷ ରବି ବେହେରା ଦାବି କରିଛନ୍ତି। କଟକ ଜିଲ୍ଲା ଗୁରୁଡିଝାଟିଆ ଠାରେ କ୍ଷୀର ଅପମିଶ୍ରଣରେ ସମ୍ପୃକ୍ତ ଟ୍ୟାଙ୍କର ଡ୍ରାଇଭର ଓ ଅନ୍ୟ ଅପରାଧୀଙ୍କୁ ତୁରନ୍ତ ଗିରଫ କରାଯାଉ, ଯେଉଁ କମ୍ପାନୀକୁ ଟ୍ୟାଙ୍କରରେ ସମ୍ବଲପୁରରୁ କ୍ଷୀର ଆସୁଥିଲା ସେ କମ୍ପାନୀର ଲାଇସେନ୍ସ ବାତିଲ କରିବାକୁ ଓଡିଶା ଦୁଗ୍ଧ ଚାଷୀ ମହାସଂଘ ଦାବି କରୁଛି।

ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍‌, କାହାର ଦେଖାଦେବ ସମସ୍ୟା

- Advertisement -

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories