www.samajalive.in
Friday, December 5, 2025
23.1 C
Bhubaneswar

ନେପାଳ ରାଜନୀତିରେ ପରିବର୍ତ୍ତନ ପଛରେ କାହାର ହାତ; ଚୀନ ନା ଆମେରିକା?

ସମାଜ ଡିଜିଟାଲ ଡେସ୍କ: ନେପାଳରେ ଦୁର୍ନୀତି ଏବଂ ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ବିରୋଧରେ ଜେନ୍‍-ଜି ବିରୋଧ ଆରମ୍ଭ ହୋଇଥିଲା । ୮ ସେପ୍ଟେମ୍ବରରେ ସକାଳୁ ଏହା ଛୋଟ ପ୍ରତିବାଦ ଧୀରେ ଧୀରେ ଏହା ତୀବ୍ର ହୋଇଥିଲା । ପ୍ରଦର୍ଶନକାରୀମାନେ ବ୍ୟାପକ ହିଂସାକାଣ୍ଡ ଯୋଗୁଁ ୨୦ଜଣଙ୍କ ଜୀବନ ଯାଇଥିଲା । ଫଳରେ ଚାପରେ ଚେପା ହୋଇ ସରକାର ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟାଇଥିଲେ । ହେଲେ  ତା’ପର ଦିନ ହିଁ ଆନ୍ଦୋଳନ ଆହୁରି ଉଗ୍ର ହୋଇଥିଲା । ନେତାଙ୍କ ବାସଭବନ ସହିତ ରାଜନୈତିକ ଦଳଙ୍କ କାର୍ଯ୍ୟାଳୟ, ସରକାରୀ କୋଠାକୁ ଜାଳି ପୋଡି ଛାରଖାର କରିଥିଲେ ଆନ୍ଦୋଳନକାରୀ । ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ପରେ ଅଟକି ନଥିଲେ ଆନ୍ଦୋଳନକାରୀ । ସଂସଦ ଭବନ, ରାଷ୍ଟ୍ରପତି ଭବନରେ ନିଆଁ ଲଗାଇଥିଲେ । ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଏହି ପ୍ରତିବାଦକାରୀମାନଙ୍କର ଉଦ୍ଦେଶ୍ୟ ପ୍ରକୃତରେ କଣ ଥିଲା ଏବଂ ସେମାନଙ୍କ ପଛରେ କିଏ ଅଛି ।
ଦାବି ପୂରଣ ହେଲା, ପ୍ରତିବାଦ ବନ୍ଦ ହେଲା ନାହିଁ
ନେପାର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଇସ୍ତଫା ଏବଂ ସୋସିଆଲ ମିଡ଼ିଆ ଉପରୁ ପ୍ରତିବନ୍ଧକ ହଟାଇବା ପରେ ମଧ୍ୟ ଯେତେବେଳେ ପ୍ରତିବାଦ ବନ୍ଦ ହୋଇନଥିଲା । ସେତେବେଳେ ଅନେକ ପ୍ରଶ୍ନ ଉଠିଥିଲା । ପ୍ରଶ୍ନ ଉଠିଛି କି ନେପାଳରେ ଜନ ଅସନ୍ତୋଷର ସୁଯୋଗ ଆଉ କେହି ନେଉଛନ୍ତି କି? କାରଣ ଦାବି ପୂରଣ ହେବା ପରେ ମଧ୍ୟ ପ୍ରତିବାଦକାରୀମାନେ ହିଂସାତ୍ମକ ଭାବରେ ପ୍ରତିବାଦ କରି ଚାଲିଥିଲେ, ଯେପରି ସେମାନଙ୍କର ଲକ୍ଷ୍ୟ ବର୍ତ୍ତମାନର ସରକାରଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ।
ନେପାଳରେ ଯାହା କିଛି ଘଟିଗଲା ତାହା ଆମେରିକା ଏବଂ ଚୀନ୍‍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ପ୍ରତିଫଳନ ବୋଲି ମଧ୍ୟ ଆଲୋଚନା ହେଉଛି । ଶ୍ରୀଲଙ୍କାରେ ଦଙ୍ଗା, ତା’ପରେ ବାଂଲାଦେଶ ଏବଂ ଏବେ ନେପାଳରେ ପ୍ରତିବାଦ ମଧ୍ୟରେ ଅନେକ ସମାନତା ରହିଛି । ଏହି ଆନ୍ଦୋଳନ ତିନୋଟି ସ୍ଥାନରେ ଆରମ୍ଭ ହୋଇଥିଲା । ତା’ପରେ ଏହା ହିଂସାତ୍ମକ ହୋଇଥିଲା ଏବଂ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସଂସଦ ଭବନକୁ ଟାର୍ଗେଟ କରି ଭିତରକୁ ପ୍ରବେଶ କରିଥିଲେ ।
ନେପାଳର ପ୍ରତିବାଦ ପଛରେ କିଏ ଅଛି?
୨୦୧୭ ମସିହାରେ ମିଲେନିୟମ୍‍ ଚ୍ୟାଲେଞ୍ଜ କର୍ପୋରେସନ (ଏମସିସି) ଅଧୀନରେ ୫୦୦ନିୟୁତ ଡଲାର (ପ୍ରାୟ ୪,୨୦୦କୋଟି ଟଙ୍କା) ଅନୁଦାନ ସହାୟତା ପାଇଁ ନେପାଳ ଆମେରିକା ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା । ତଥାପି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୯୦ଦିନ ପାଇଁ ସମସ୍ତ ବିଦେଶୀ ବିକାଶ ସହାୟତା ବନ୍ଦ କରି ଦେଇଥିଲେ । ଏହା ନେପାଳରେ ଚାଲିଥିବା ଅନେକ ପ୍ରକଳ୍ପକୁ ବନ୍ଦ କରି ଦେଇଥିଲା । ରିପୋର୍ଟ ଅନୁଯାୟୀ ୧୯୫୧ ମସିହାରୁ ଆମେରିକା ନେପାଳକୁ ୭୯୧ ନିୟୁତ ଡଲାରରୁ ଅଧିକ ଦ୍ୱିପାକ୍ଷିକ ଆର୍ଥିକ ସହାୟତା ଦେଇଛି । ତଥାପି ନେପାଳୀ କମ୍ୟୁନିଷ୍ଟ ଦଳଗୁଡିକ ଏମସିସି ଚୁକ୍ତିକୁ ଆମେରିକାର ‘ଇଣ୍ଡୋ-ପାସିଫିକ୍‍ ରଣନୀତିର ଏକ ଅଂଶ ଭାବରେ ବିବେଚନା କରନ୍ତି । ଯାହାକୁ ଚୀନର ବେଲ୍ଡ ଆଣ୍ଡ ରୋଡ୍‍ ଇନିସିଏଟିଭ୍‍’ର ପ୍ରତିକ୍ରିୟାରେ ବିବେଚନା କରାଯାଏ ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories