ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ଧନ-ସମ୍ପତ୍ତିର କାରକ ଶୁକ୍ର ଗ୍ରହ ୧୫ ସେପ୍ଟେମ୍ବରରେ ସିଂହ ରାଶିରେ ଚଳନ କରିବେ । ଏହାସହ ଅକ୍ଟୋବର ୯ରେ ନିଜ ରାଶି ପରିବର୍ତ୍ତନ କରିବେ । ସିଂହ ରାଶିର ସ୍ୱାମୀ ସୂର୍ଯ୍ୟଦେବତା । ସୂର୍ଯ୍ୟଙ୍କ ସିଂହ ରାଶିରେ ଶୁକ୍ରଙ୍କ ପ୍ରବେଶ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି । ଜ୍ୟୋତିଷ ଗଣନାନୁସାରେ ଶୁକ୍ରଙ୍କ ସିଂହ ରାଶିରେ ଚଳନ କିଛି ରାଶିଙ୍କୁ ଭାଗ୍ୟଶାଳୀ କରିବ । ଆର୍ଥିକ ଓ କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ଉନ୍ନତି ହେବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଜାଣନ୍ତୁ ସେହି ରାଶି ବିଷୟରେ..
ମେଷ- ଏହି ରାଶିଙ୍କୁ ଶୁଭଫଳ ମିଳିବ । ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ସୁଖସମୃଦ୍ଧି ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଶୁଭ ଖବର ମିଳିବ । ହଠାତ୍ ଧନୀ ହେବେ ।
ସିଂହ- ଏହି ରାଶିଙ୍କୁ ମଧ୍ୟ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହ ବ୍ୟବସାୟରେ ମଧ୍ୟ ଲାଭ ମିଳିବ । ଯେଉଁ କାର୍ଯ୍ୟରେ ହାତ ଦେବେ ସଫଳତା ପାଇବେ । ନୂଆ ଦାୟିତ୍ୱ ମିଳିବ । ଧନର ଆଗମନ ହେବା ସହ ସମ୍ପତ୍ତି ବୃଦ୍ଧି ହେବ ।
ତୁଳା- ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି । ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ସୁଖ-ସମୃଦ୍ଧି ବୃଦ୍ଧି ହେବ । ଯାତ୍ରାର ଯୋଗ ରହିଛି । ହଠାତ୍ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ ।
ବିଛା- ଏହି ରାଶିଙ୍କୁ ମଧ୍ୟ ଲାଭ ମିଳିବ । ଶୁକ୍ରଙ୍କ କୃପାରୁୁ ଧନ ଲାଭ ହେବ । ଆୟରେ ବୃଦ୍ଧି ହେବ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ଅତିବାହିତ କରିବେ ।
୭ ହଜାର ଟଙ୍କାରୁ କମ୍ ଦାମ୍ରେ ଲଞ୍ଚ ହେଲା iPhone 16 Pro ଭଳି ଦେଖାଯାଉଥିବା ଏହି ଫୋନ୍ ; ଫିଚର ବି ଜବରଦସ୍ତ



