www.samajalive.in
Friday, December 5, 2025
20.1 C
Bhubaneswar

ମହିଳାଙ୍କ ବିନା ଓଡ଼ିଶା ବିକାଶ ଅସମ୍ଭବ : ବାଚସ୍ପତି

କଟକ : ଓଡ଼ିଶା ମାଟିକୁ ସମୃଦ୍ଧ କରିବାରେ ମହିଳାମାନେ ସବୁବେଳେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସ୍ବାଧୀନତା ସଂଗ୍ରାମ ହେଉ କି ନାରୀ ଶିକ୍ଷା ଆନ୍ଦୋଳନ ସବୁଥିରେ ମହିଳାମାନେ ଘରୁ ପଦାକୁ ଗୋଡ଼ କାଢ଼ି ନେତୃତ୍ବ ନେଇଛନ୍ତି। ମା ରମାଦେବୀ, ସରଳା ଦେବୀଙ୍କୁ ପ୍ରେରଣା ଭାବେ ଗ୍ରହଣ କରି ଆଜିର ମହିଳା ଆଗକୁ ଆସିବା ଦରକାର। କାରଣ ମହିଳାମାନଙ୍କ ବିନା ଓଡ଼ିଶା ବିକାଶ ଅସମ୍ଭବ। ଓଡ଼ିଶାକୁ ସଶକ୍ତ କରିବାକୁ ହେଲେ ମହିଳାମାନେ ପ୍ରଥମେ ସଶକ୍ତ ହେବା ଦରକାର ବୋଲି ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ଅଟଳ ସ୍ମୃତି କମିଟି ପକ୍ଷରୁ ଚାଲିଥିବା ଅଟଳ ଫେଷ୍ଟର ମହିଳା ସମାବେଶ ଶୁକ୍ରବାର ସ୍ଥାନୀୟ ବାରବାଟୀ ପ୍ୟାଲେସ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀମତୀ ପାଢ଼ୀ ଏହି ସଭାକୁ ଉଦ୍‌ଘାଟନ କରି କହିଥିଲେ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିତ୍ବ ମହିଳାଙ୍କୁ ବେଶ୍‌ ପ୍ରେରଣା ଦେଇଥିଲା। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହିଳାଙ୍କ ପାଇଁ ପ୍ରେରଣା ସାଜିବ। ଏବେ ରାଜ୍ୟ ସରକାର ମହିଳାଙ୍କ ଉନ୍ନତି ଏବଂ ସେମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ‘ସୁଭଦ୍ରା’ ଯୋଜନା ଦ୍ବାରା ଆର୍ଥିକ ସହାୟତା ଦେଇ ଆତ୍ମନିର୍ଭରଶୀଳ କରୁଛନ୍ତି। ତେଣୁ ବିକାଶର ସ୍ରୋତରେ ମହିଳାମାନେ ସାମିଲ ହେଲେଣି ବୋଲି ସେ କହିଥିଲେ। ରାଜ୍ୟ ସୂଚନା କମିସନର କଳ୍ପନା ପଟ୍ଟନାୟକ, ବିଜେପି ଜିଲା ସଭାପତି ସୁକାନ୍ତ ବିଶ୍ବାଳ, ସ୍ମୃତି କମିଟିର ସଭାପତି ପ୍ରହ୍ଲାଦ ଖଣ୍ଡେଲୱାଲ,ସାଧାରଣ ସମ୍ପାଦକ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇ ନାରୀ ଶକ୍ତିର ବିକାଶ ହେଲେ ଦେଶର ପ୍ରଗତି ହୋଇପାରିବ। ଓଡ଼ିଶାରେ ୫୦ ପ୍ରତିଶତ ମହିଳା ଏବେ ସଶକ୍ତ ସହ ସ୍ବାବଲମ୍ବୀ ହୋଇପାରିଛନ୍ତି ବୋଲି ମତ ଦେଇଥିଲେ। ସ୍ମୃତି କମିଟିର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ସଭାପତିତ୍ବ କରିଥିଲେ। ଏହି ଅବସରରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories