www.samajalive.in
Monday, December 15, 2025
14.1 C
Bhubaneswar

ରାଜ୍ୟରେ କମୁଛି ଚାଷ କାର୍ଯ୍ୟ

ଭୁବନେଶ୍ବର : ଚଳିତ ବର୍ଷ ଖରିଫ ଋତୁରେ ୫୮.୫୦ଲକ୍ଷ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା, କିନ୍ତୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଏହି ଲକ୍ଷ୍ୟ ପୂରଣ ହୋଇପାରିନି। ପ୍ରାୟ ୭୨.୨ ପ୍ରତିଶତ ବା ୪୨.୨୪ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହୋଇଛି। ବର୍ତ୍ତମାନ ବେଉଷଣ ଚାଲିଛି। ତଳିରୁଆ ଚାଲିଥିବାରୁ ଧାର୍ଯ୍ୟ ଲକ୍ଷ୍ୟର ୭୮% ହାସଲ ହୋଇପାରିବ ବୋଲି କୁହାଯାଉଛି। ଏଥିସହିତ ମକା ୮୮ପ୍ରତିଶତ ଏବଂ କପା ୯୭ପ୍ରତିଶତ ଜମିରେ ଚାଷ ହୋଇଥିବା କୃଷି ବିଭାଗର ସମୀକ୍ଷାରୁ ଜଣାପଡ଼ିଛି।

ଚାଷ ପ୍ରତି ଆଉ ଲୋକ ମନ ବଳାଉ ନାହାନ୍ତି। ରୋଜଗାର ନିମନ୍ତେ ସମସ୍ତେ ସହରମୁହଁା ହେଉଥିବାରୁ ଚାଷ କାର୍ଯ୍ୟକୁ ମୁହଁ ମୋଡୁଛନ୍ତି। ବିଶେଷକରି ଯୁବବର୍ଗ ସରକାରୀ ଚାକିରି ପ୍ରତି ମନୋନିବେଶ କରୁଛନ୍ତି। ଅନ୍ୟପଟେ ସହରୀକରଣ ଯୋଗୁଁ ଚାଷ ଜମି ହ୍ରାସ ପାଉଛି। ଫଳସ୍ବରୂପ ଖରିଫ ଋତୁରେ ଚାଷ କାର୍ଯ୍ୟ କମୁଥିବାରୁ ଜମି ପଡିଆ ପଡୁଥିବା କୁହାଯାଉଛି। ରାଜ୍ୟରେ ସର୍ବମୋଟ ୬୧.୮୦ଲକ୍ଷ ହେକ୍ଟର ଚାଷ ଜମି ରହିଛି। ତନ୍ମଧ୍ୟରୁ ୨୯.୧୪ ଲକ୍ଷ ହେକ୍ଟର ଜମି ଉଚ୍ଚ ଅମଳକ୍ଷମ ଜମି ଥିବାବେଳେ ୧୭.୫୫ ଲକ୍ଷ ହେକ୍ଟର ମଧ୍ୟମ ଅମଳକ୍ଷମ ଜମି ଏବଂ ୧୫.୧୧ଲକ୍ଷ ହେକ୍ଟର ନିମ୍ନ ଅମଳକ୍ଷମ ଜମି ରହିଛି। ୨୦୨୪, ଖରିଫ ଋତୁରେ କୃଷି ବିଭାଗ ୬୦.୭୮ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ନିମନ୍ତେ ଆଶା ରଖିଥିଲା; କିନ୍ତୁ ୫୯.୩୫ ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥିଲା। ଚଳିତ ବର୍ଷ ଖରିଫରେ ବିଭାଗ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆଶା ରଖିଥିବା ବେଳେ ଅଗଷ୍ଟ ୧୧ତାରିଖ ସୁଦ୍ଧା ୭୨.୨% ଜମିରେ ଚାଷ କାର୍ଯ୍ୟ ହୋଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ଜୁନ ପହିଲାରୁ ଅଗଷ୍ଟ ୧୧ ସୁଦ୍ଧା ରାଜ୍ୟରେ ୫ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା। ସ୍ବାଭାବିକ ବର୍ଷା ୬୮୬.୮ମି.ମି. ହେବାକୁ ଥିବାବେଳେ ୬୫୩.୬ମି.ମି. ବର୍ଷା ହୋଇଥିଲା। ୪ଟି ଜିଲାରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଥିବା ବେଳେ ୧୬ଟି ଜିଲାରେ ସ୍ବାଭାବିକ ଏବଂ ୧୦ଟି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା। ବିଶେଷ କରି ପୁରୀ, ଗଜପତି, କଳାହାଣ୍ଡି ଏବଂ ଗଞ୍ଜାମ ଜିଲା ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଜିଲାଗୁଡ଼ିକରେ ବର୍ଷା ହେବା ଦ୍ବାରା ଚାଷ କାର୍ଯ୍ୟରେ ସୁଧାର ଆସିଛି। କୃଷ୍ଣପ୍ରସାଦ ବ୍ଲକର ୯ଟି ପଞ୍ଚାୟତରେ ବେଉଷଣ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା।
ଚଳିତ ବର୍ଷ ଅଗଷ୍ଟ ୧୧ ତାରିଖ ସୁଦ୍ଧା ସରକାର ଚାଷୀଙ୍କୁ ୩ ଲକ୍ଷ ୭୫ ହଜାର ୯୪୬ କୁଇଣ୍ଟାଲ ପ୍ରାମାଣିକ ଧାନ ବିହନ ଯୋଗାଇ ଦେଇଛନ୍ତି। ଧାର୍ଯ୍ୟଲକ୍ଷ୍ୟ ଯୋଗାଣ ୩ଲକ୍ଷ ୩୦ ହଜାର ୪୦୫ କୁଇଣ୍ଟାଲ ରଖାଯାଇଥିଲା, ଅର୍ଥାତ ଧାର୍ଯ୍ୟଲକ୍ଷ୍ୟଠାରୁ ସରକାର ଅଧିକ ପ୍ରାମାଣିକ ବିହନ ଯୋଗାଣ କରିଛନ୍ତି। ଗତବର୍ଷ ଏହି ସମୟ ସୁଦ୍ଧା ୩ ଲକ୍ଷ ୪୯ ହଜାର ୯୮୨ କୁଇଣ୍ଟାଲ ପ୍ରାମାଣିକ ଧାନ ବିହନ ଯୋଗାଣ ହୋଇଥିଲା। ଖରିଫରେ ୯ଲକ୍ଷ ୫୫ ହଜାର ଟନ୍ ସାର ଆବଶ୍ୟକ ଥିବା ବେଳେ ଅଗଷ୍ଟ ୧୧ସୁଦ୍ଧା ବିଭିନ୍ନ ବର୍ଗର ସାର ୬ଲକ୍ଷ ୫୨ ହଜାର ୨୨୬ ଟନ୍ ବିକ୍ରି ହୋଇଥିଲା। ୟୁରିଆ ୩ଲକ୍ଷ ୭୭୫ ଟନ୍, ଡିଏପି ୧ଲ’ ୨୩ ହଜାର ୮୬୯ଟନ, ଏମଓପି ୩୩ ହଜାର ୭୪୮ଟନ୍, ଏନପିକେଏସ ୧ଲକ୍ଷ ୭୫ ହଜାର ୫୮୦ଟନ୍ ଏବଂ ଏସଏସପି ୧୮ ହଜାର ୨୫୪ ଟନ୍ ଥିଲା। ଚଳିତ ଖରିଫରେ ରାଜ୍ୟ ସରକାର ସମବାୟ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମାଧ୍ୟମରେ ୨୩ ଲକ୍ଷ ୬୧ ହଜାର ୯୨୨ଜଣ ଚାଷୀଙ୍କୁ ୧୭ ହଜାର ୯୦୩ କୋଟି ଟଙ୍କା ଋଣ ଆବଣ୍ଟନ କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି,୨୩ଲକ୍ଷ ୬୧ ହଜାର ୯୨୨ ଚାଷୀ ଋଣ ନେଇଥିବା ବେଳେ ଖରିଫ ଧାନ ବିକ୍ରି ନିମନ୍ତେ ୧୯ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ପଞ୍ଜୀକରଣ କରିଛନ୍ତି। ଋଣଗ୍ରହୀତା ଏବଂ ପଞ୍ଜୀକରଣକୁ ଦେଖିଲେ ସାଢ଼େ ୪ଲକ୍ଷ ଚାଷୀ ପଞ୍ଜୀକରଣ କରିନାହାନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୬ଲକ୍ଷ ୬୩ ହଜାର ୬୦୮ ହେକ୍ଟର ଜମି ପାଇଁ ୯ ଲକ୍ଷ ୬୮ହଜାର ୭୫୦ଜଣ ଚାଷୀ ବୀମା କରିଛନ୍ତି।

୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories