ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ମାସ ୭ ତାରିଖରେ ବର୍ଷ ୨୦୨୫ର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣ । ଏହି ଦିନ ଭାଦ୍ରବ ପୂର୍ଣ୍ଣିମା ଓ ପିତୃପକ୍ଷର ସଂଯୋଗ ମଧ୍ୟ । ଶାସ୍ତ୍ର ଅନୁସାରେ ଦୀର୍ଘ ୫୦ ବର୍ଷ ପରେ ଏହି ସମୟରେ ଶନି ଓଲଟା ଚଳନ କରିବା ସହ ଗୁରୁ ଗ୍ରହ ଉଦୟ ମଧ୍ୟ ହେବେ । ଏହି କାରଣରୁ ଏହି ଚନ୍ଦ୍ରଗ୍ରହଣ ଖୁବ୍ ଖାସ୍ । ଚନ୍ଦ୍ରଗ୍ରହଣରେ ରାହୁ-ଚନ୍ଦ୍ରମା ଏକାଠି ହେବା ଦ୍ୱାରା ଗ୍ରହଣ ଯୋଗ ସହ ଏହି ଗ୍ରହଣ ଗୁରୁଙ୍କ ନକ୍ଷତ୍ର ପୂର୍ବାଭାଦ୍ରପଦ ନକ୍ଷତ୍ରରେ ହେବ ।
ବର୍ଷର ୨ୟ ଓ ଶେଷ ଚନ୍ଦ୍ରଗ୍ରହଣରେ ବିଶେଷ ସଂଯୋଗ ହେବାକୁ ଯାଉଛି । ଗ୍ରହଣ ସ୍ପର୍ଶର ସମୟ ରାତି ୯ଟା ୫୮ ମିନିଟ୍ରୁ ଆରମ୍ଭ ହୋଇ ୧ଟା ୨୬ ମିନିଟ୍ରେ ଶେଷ ହେବ । ତେବେ ଜାଣନ୍ତୁ କେଉଁ କେଉଁ ରାଶିଙ୍କୁ ଶୁଭଫଳ ମିଳିବ..
ମିଥୁନ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଧନ ମାମଲାରେ ଓ କର୍ମକ୍ଷେତ୍ରରେ ଜବରଦସ୍ତ ଲାଭ ମିଳିବ । ନୂଆ ନୂଆ ସୁଯୋଗ ମିଳିବ । ହଠାତ୍ ଅଟକି ଥିବା କାମରେ ସଫଳତା ମିଳିବ । ଧନ ରୋଜଗାରର ନୂଆ ମାଧ୍ୟମ ମିଳିବ ।
କର୍କଟ- ସମ୍ପର୍କ ମଜଭୁତ ହେବା ସହ ଅନେକ କାମରେ ସଫଳତା ମିଳିବ । ଭୁଲ୍ ବୁଝାମଣା ଦୂର ହେବ । ଅନେକ କାମରେ ସଫଳତା ମିଳିବ । ଚିନ୍ତା ଦୂର ହେବ ।
ବିଛା- ଭାଗ୍ୟର ଦ୍ୱାର ଖୋଲିଯିବ । କର୍ମକ୍ଷେତ୍ରରେ ଉନ୍ନତି ସହ ଲାଭ ମିଳିବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ହଠାତ୍ ଧନ ମିଳିବ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ନୂଆ କାମ ଓ ସମ୍ପର୍କ ଆରମ୍ଭ ହେବ ।
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



