www.samajalive.in
Saturday, December 6, 2025
16.1 C
Bhubaneswar

କାର୍ଯ୍ୟକାରୀ ହେବ ଓଡ଼ିଶା କ୍ବାଡ୍ ସିଟି ଯୋଜନା

ଭୁବନେଶ୍ବର : ରାଜ୍ୟର ପ୍ରମୁଖ ସହରଗୁଡ଼ିକୁ ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ବ ପ୍ରତିଯୋଗିତାର ଏକ ଶକ୍ତିଶାଳୀ ଇଞ୍ଜିନରେ ପରିଣତ କରିବା ପାଇଁ ଓଡ଼ିଶା ସରକାର କ୍ବାଡ୍ ସିଟି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପର ଏକ ଅଂଶ ଭାବରେ ଓଡ଼ିଶାର ଜିଡିପିରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖୁଥିବା ସହର ଗୁଡ଼ିକୁ କ୍ଲଷ୍ଟର କରି ସମନ୍ବିତ ଅର୍ଥନୈତିକ କ୍ଷେତ୍ର ସୃଷ୍ଟି କରିବାକୁ ଯୋଜନା କରାଯାଇଛି। ପ୍ରଥମ କ୍ଷେତ୍ର ଭୁବନେଶ୍ବର, ପୁରୀ, କଟକ ଏବଂ ପାରାଦ୍ବୀପକୁ ସଂଯୋଗ କରିବ। ସେହିପରି ସୁନାବେଡ଼ା, କୋରାପୁଟ, ବରଗଡ଼ ଏବଂ ସମ୍ବଲପୁରକୁ ସଂଯୋଗ କରି ଆଉ ଏକ ଅର୍ଥନୈତିକ କ୍ଷେତ୍ର ବିକଶିତ କରାଯିବ। ଭୁବନେଶ୍ବର-କଟକ-ପୁରୀ- ପାରାଦ୍ବୀପ ଅର୍ଥନୈତିକ କ୍ଷେତ୍ରକୁ ଏକ ସକ୍ରିୟ ସହର-ଶିଳ୍ପ
କରିଡର ଭାବରେ ପରିକଳ୍ପନା କରାଯାଇଛି। ଏହି ଯୋଜନାରେ ସମ୍ବଲପୁର-ଝାରସୁଗୁଡ଼ା-ବରଗଡ଼, କୋରାପୁଟ-ସୁନାବେଡ଼ା-ଜୟପୁର ଏବଂ କେନ୍ଦୁଝର-ଯୋଡ଼ା-ବଡବିଲ ଭଳି ଅନ୍ୟାନ୍ୟ ପ୍ରମୁଖ ହବ୍‌କୁ ବିସ୍ତାର କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଏହାବ୍ୟତୀତ ଅନୁଗୋଳ, ବଲାଙ୍ଗୀର, ଭଦ୍ରକ, ବ୍ୟାସନଗର, କେନ୍ଦୁଝର, ବାରିପଦା, ରାୟଗଡ଼ା ଏବଂ ରାଉରକେଲା ସମେତ ଶିଳ୍ପ କ୍ଲଷ୍ଟର ଆଖପାଖରେ ଥିବା ୮ଟି ସହରକୁ ମଡେଲ ସହର ଭାବରେ ବିକଶିତ କରାଯିବ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି, ଓଡ଼ିଶାର କ୍ବାଡ୍ ସିଟି କାର୍ଯ୍ୟକ୍ରମ ସମୃଦ୍ଧ ସହର ଯୋଜନା ସହିତ କେବଳ ସହରାଞ୍ଚଳ ବିସ୍ତାର କରିବା ପାଇଁ ନୁହେଁ ବରଂ ଆର୍ଥିକ କାରବାର, ଶିଳ୍ପ ସୁଯୋଗ ଏବଂ ଅନ୍ତର୍ଭୁକ୍ତିମୂଳକ ବିକାଶକୁ ସୁଦୃଢ଼ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଅଞ୍ଚଳଗୁଡ଼ିକ ଜାତୀୟ ଏବଂ ବିଶ୍ବ ଅର୍ଥନୀତିରେ ଓଡ଼ିଶାର ଭୂମିକାକୁ ବୃଦ୍ଧି କରିବା ସହିତ ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ପାଇଁ ଏକ ଢାଞ୍ଚା ପ୍ରଦାନ କରିବ। ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories