ସମାଜ ଡିଜିଟାଲ ଡେସ୍କ: ସାର ପାଇଁ ରାସ୍ତାରୋକୋ କଲେ ଚାଷୀ। ଗଞ୍ଜାମ ଜିଲା ଆସିକା ବସ ଷ୍ଟାଣ୍ଡ ନିକଟରେ ଶତାଧିକ ଚାଷୀ ସାର ନ ପାଇବାରୁ ମଙ୍ଗଳବାର ସକାଳେ ରାସ୍ତାରୋକୋ କରିଛନ୍ତି।
ସୂଚନା ଅନୁସାରେ, ଗଞ୍ଜାମ ଜିଲାରେ ସାରର ଅଭାବ ଦେଖାଦେଇଛି। ଯେଉଁ କିଛି ସାର ଦୋକାନୀଙ୍କ ପାଖରେ ସାର ମହଜୁଦ ରହିଛି ସେଠାର ଚାଷୀଙ୍କ ଭିଡ଼ ଜମୁଛି। ତା’ ସତ୍ବେ ବି ସାର ମିଳିପାରୁ ନାହିଁ। ସୋମବାର ବିଳମ୍ବିତ ରାତିରୁ ବହୁ ଚାଷୀ ଆସି ସାର ଦୋକାନ ନିକଟରେ ଲମ୍ବାଧାଡ଼ିରେ ଛିଡ଼ା ହୋଇ ରହିଥିଲେ। ମଙ୍ଗଳବାର ସକାଳେ ସେମାନଙ୍କୁ ସାର ନ ମିଳିବାରୁ ଉତ୍ତେଜିତ ହୋଇ ରାସ୍ତାରୋକୋ କରିଥିଲେ। ସାର ପାଇଁ ଦୁଇ ଦିନ ଧରି ସେମାନଙ୍କୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥିଲା ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।



