www.samajalive.in
Friday, December 5, 2025
17.1 C
Bhubaneswar

ସଂସଦ ପରିସରରେ ସ୍ଥାନିତ ହେବ ୩ଟି ରଥ ଚକ

ନୂଆଦିଲ୍ଲୀ : ପୁରୀ ରଥଯାତ୍ରାରେ ବ୍ୟବହୃତ ହୋଇଥିବା ରଥର ତିନିଟି ଚକକୁ ସ୍ମାରକୀ ଭା​‌ବେ ସଂସଦ ପରିସରରେ ସ୍ଥାନିତ କରାଯିବ ବୋଲି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ବିର୍ଲା ନିକଟରେ ପୁରୀ ଗସ୍ତରେ ଆସିଥିବାବେଳେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଅବସରରେ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ସଂସଦ ଭବନ ପରିସରରେ ତିନିଟି ରଥ ଚକକୁ ସ୍ଥାନିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ବିର୍ଲା ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି ବୋଲି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଜଣାଇଛନ୍ତି। ପ୍ରତିବର୍ଷ ରଥଯାତ୍ରା ପରେ ତିନି ରଥକୁ ଭଙ୍ଗାଯାଇ ଗୋଦାମରେ ଗଚ୍ଛିତ ରଖାଯାଇ ପରବର୍ତ୍ତୀ ସମୟରେ ଚକ ଓ ଅନ୍ୟ ଅଂଶଗୁଡିକୁ ନିଲାମ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଜଗନ୍ନାଥଙ୍କ ନନ୍ଦୀଘୋଷ, ସୁଭଦ୍ରାଙ୍କ ଦର୍ପଦଳନ ଏବଂ ବଳଭଦ୍ରଙ୍କ ତାଳଧ୍ବଜ ରଥର ଗୋଟିଏ ଲେଖାଏଁ ଚକ ଦିଲ୍ଲୀ ପଠାଯିବ ବୋଲି କୁହାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories