www.samajalive.in
Wednesday, December 10, 2025
16.1 C
Bhubaneswar

ଚାଷକୁ ଫେରିଛନ୍ତି ୨.୧୭ ଲକ୍ଷ ନୂଆ ଚାଷୀ

ଭୁବନେଶ୍ବର: ଚଳିତ ବର୍ଷ ୧୯ ଲକ୍ଷ ୬୬ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ପ୍ରାୟ ୨ ଲକ୍ଷ ୧୭ ହଜାର ନୂଆ ଚାଷୀ କୃଷି କ୍ଷେତ୍ରକୁ ଆସିଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ, ରାଜ୍ୟର ମୋହନ ସରକାର ଚାଷୀଙ୍କ ପାଖରୁ ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣିଛନ୍ତି। କ୍ବିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୩ଶହ ଟଙ୍କା ଏବଂ ଅତିରିକ୍ତ ଇନପୁଟ୍‌ ସହାୟତା ୮ଶହ ଟଙ୍କା ଚାଷୀଙ୍କୁ ଦିଆଯାଇଛି। ଏହାକୁ ନେଇ ସରକାରଙ୍କ ଉପରେ ଚାଷୀ ଖୁସି ଅଛନ୍ତି। ଏହି କାରଣରୁ ଚଳିତ ବର୍ଷ ସର୍ବାଧିକ ୧୯ ଲକ୍ଷ ୬୬ ହଜାର ଚାଷୀ ନାମ ପଞ୍ଜୀକରଣ କରିଛନ୍ତି।

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଚାଷୀ ପଞ୍ଜୀକରଣ ଅବଧି ବଢ଼ିବ ବୋଲି ଘୋଷଣା କରିଥିଲେ। ଯେଉଁ ଚାଷୀ ରହିଗଲେ, ସେମାନଙ୍କ ପାଇଁ ବିଚାର ଚାଲିଛି। ପଞ୍ଜୀକରଣ ଅବଧି ବଢ଼ିବା ପାଇଁ ଖୁବ୍‌ଶୀଘ୍ର ନିଷ୍ପତ୍ତି ହେବ। ଏବର୍ଷ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି। ଯେଉଁମାନେ ଚାଷ ଛାଡ଼ିଥିଲେ, ସେମାନେ ଚାଷ କାର୍ଯ୍ୟକୁ ଫେରୁଛନ୍ତି। ସରକାର ୩୧ଶହ ଟଙ୍କାରେ ଧାନ କିଣିବା ଏହାର ପ୍ରମୁଖ କାରଣ। ଯେଉଁମାନେ ସରକାରୀ ଜମି, ଶ୍ମଶାନ ଜମି, ମନ୍ଦିର ଜମି ପଞ୍ଜୀକରଣ କରିଥିବେ ସର୍ଭେ କରି ସେଗୁଡ଼ିକୁ କାଟି ଦିଆଯିବ।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories