www.samajalive.in
Wednesday, December 10, 2025
16.1 C
Bhubaneswar

କ୍ଵାଡ୍‌ ବୈଠକ ପାଇଁ ଭାରତ ଆସିବେନି ଟ୍ରମ୍ପ !

ସମାଜ ଡିଜିଟାଲ ଡେସ୍କ: ଚଳିତବର୍ଷ ଶେଷ ଆଡକୁ ଭାରତରେ କ୍ଵାଡ୍ ବୈଠକ ହେବାର ଅଛି। କିନ୍ତୁ ଏହି ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ ନାହିଁ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଟ୍ରମ୍ପଙ୍କର ଭାରତ ଗସ୍ତ କରିବାର ଯୋଜନା ନାହିଁ ବୋଲି ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ପ୍ରକାଶ କରିଛି। ଏହା ସହିତ ବିଗତ କିଛି ମାସ ମଧ୍ୟରେ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ କିପରି ସମ୍ପର୍କ ଖରାପ ହୋଇଛି ତାହା ଏଥିରେ ଦର୍ଶାଯାଇଛି।

ଚଳିତବର୍ଷର କ୍ଵାଡ୍ ସମ୍ମିଳନୀକୁ ଭାରତ ଆୟୋଜନ କରିବ। ଗତ ଜାନୁୟାରୀରେ ଆମେରିକାରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ କ୍ଵାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ବସିଥିଲା। ଟ୍ରମ୍ପଙ୍କ ଶପଥ ଗ୍ରହଣ ପରଦିନ ଏହି ବୈଠକ ହୋଇଥିଲା। ପରବର୍ତ୍ତୀ ସମୟରେ ଟ୍ରମ୍ପ ଭାରତରେ ହେବାକୁ ଥିବା କ୍ଵାଡ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବେ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ଟ୍ରମ୍ପଙ୍କର ସେ ଯୋଜନା ନାହିଁ ବୋଲି କୁହାଯାଇଛି।

- Advertisement -

ତେବେ ଏହା ପଛରେ ବଡ଼ କାରଣ ହେଉଛି ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସେ ସମାପ୍ତ କରିଥିବା ନେଇ ଟ୍ରମ୍ପଙ୍କ ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିବା। ଏହିଠାରୁ ହିଁ ଟ୍ରମ୍ପ-ମୋଦୀ ତଥା ଆମେରିକା-ଭାରତ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା। ପରେ ପରେ ବାଣିଜ୍ୟ ଚୁକ୍ତିକୁ ନେଇ ଦୁଇ ଦେଶ ମଧ୍ୟରେ ଅସହମତିଠାରୁ ଆରମ୍ଭ କରି ରୁଷଠାରୁ ଭାରତର ତୈଳ ଆମଦାନୀ ବିରୋଧରେ ଆମେରିକା ଦ୍ଵାରା ମାତ୍ରାଧିକ ଶୁଳ୍କ ଲାଗୁ କରାଯିବା ଏବଂ ଟ୍ରମ୍ପଙ୍କ ଫୋନ୍ କଲ୍‌କୁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ ନ କରିବା ପର୍ଯ୍ୟନ୍ତ ସବୁକିଛି ଉଭୟଙ୍କ ସମ୍ପର୍କରେ ଫାଟକୁ ଦର୍ଶାଉଛି।

ଗତ ଜୁନ ୧୭​‌ରେ ମୋଦୀ ଏବଂ ଟ୍ରମ୍ପ ୩୫ ମିନିଟ ଧରି ଫୋନରେ କଥା ହୋଇଥିଲେ। ଜି-୭ ସମ୍ମିଳନୀ ଅବସରରେ ଦୁଇ ନେତା ବୈଠକ କରିବାର ଥିଲା। କିନ୍ତୁ ଟ୍ରମ୍ପ ଆଗୁଆ ସେଠାରୁ ଫେରିଯାଇଥିଲେ। ତେଣୁ ମୋଦୀଙ୍କୁ ଟ୍ରମ୍ପଙ୍କ ସହିତ ଫୋନରେ କଥା ହେବାକୁ ପଡ଼ିଥିଲା। ଏହି କଲ୍‌ ସମୟରେ ଟ୍ରମ୍ପ ମୋଦୀଙ୍କୁ ଓ୍ବାଶିଂଟନ ଆମନ୍ତ୍ରଣ କରିଥିଲେ। ମାତ୍ର ମୋଦୀଙ୍କର କ୍ରୋଏସିଆ ଗସ୍ତ ଥିବାରୁ ଟ୍ରମ୍ପଙ୍କ ଆମନ୍ତ୍ରଣ ସ୍ଵୀକାର କରାଯାଇ ନ ଥିଲା।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories