www.samajalive.in
Monday, December 15, 2025
17.1 C
Bhubaneswar

ବିହାରରେ ନୀତିଶଙ୍କ ବିରୋଧରେ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତେଜସ୍ଵୀ !

ସମାଜ ଡିଜିଟାଲ ଡେସ୍କ: ବିହାରରେ ଇଣ୍ଡି ମେଣ୍ଟ ବା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଶନିବାର ଏଥିରେ ଏକପ୍ରକାର ସ୍ପଷ୍ଟତା ଆସିଛି। ଆରଜେଡି ନେତା ତେଜସ୍ଵୀ ଯାଦବ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଯାଉଛନ୍ତି। ଯଦିଓ ଏ ନେଇ କୌଣସି ଘୋଷଣା ହୋଇନାହିଁ, ଶନିବାର ନିଜେ ତେଜସ୍ଵୀ ଏ ନେଇ ନିଜ ନାମକୁ ଘୋଷଣା କରିଛନ୍ତି। ତାହା ପୁଣି କଂଗ୍ରେସ ନେତା ତଥା ସାସଂଦ ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସମ୍ମୁଖରେ। ଯାହାଫଳରେ ସେ ହିଁ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।

ଶନିବାର ବିହାରର ଆରାଠାରେ ଭୋଟର ଅଧିକାର ଯାତ୍ରାର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ରାହୁଲ ଏବଂ ଅଖିଳେଶ ଉପସ୍ଥିତ ଥିବାବେଳେ ତେଜସ୍ଵୀ ନିଜକୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ।

- Advertisement -

ଏହି ଅବସରରେ ତେଜସ୍ଵୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ସରକାର ତାଙ୍କ ଯୋଜନାଗୁଡ଼ିକୁ ନକଲ କରୁଛି। ତେଜସ୍ଵୀ ଆଗେ ଆଗେ ଚାଲୁଛନ୍ତି ଏବଂ ସରକାର ତାଙ୍କ ପଛେ ପଛେ ନକଲ କରୁଛି ବୋଲି ସେ କହିଥିଲେ। ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ଆପଣମାନଙ୍କୁ ଅସଲି ମୁଖ୍ୟମନ୍ତ୍ରୀ ନା ନକଲି ମୁଖ୍ୟମନ୍ତ୍ରୀ ଦରକାର ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ରାହୁଲଙ୍କୁ ବିହାର ନିର୍ବାଚନ ପାଇଁ ଇଣ୍ଡି ମେଣ୍ଟର ମୁଖ୍ୟମନ୍ତ୍ରୀ ତେଜସ୍ଵୀ ହେବା ନେଇ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେତେବେଳେ ସେ ଚୁପ ରହିଥିଲେ। କିନ୍ତୁ ଶନିବାର ତେଜସ୍ଵୀ ରାହୁଲଙ୍କ ସାମ୍ନାରେ ନିଜ ନାମ ଘୋଷଣା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories