www.samajalive.in
Saturday, December 6, 2025
26.1 C
Bhubaneswar

ପାଣି କମିଛି, ବିପନ୍ନଙ୍କ ଦୁର୍ଦଶା ବଢ଼ାଉଛି ବର୍ଷା

ଯାଜପୁର ସଦର: ଦଶରଥପୁର ବ୍ଲକ କାଣୀ ନଦୀରେ ଘାଇ ହେବା ଦ୍ୱାରା କସପା ଓ ମଲ୍ଲିକାପୁର ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହୋଇଛି। କସପା ପଞ୍ଚାୟତର କସପା, ଦରଘା, ବଙ୍ଗାଳିସାହି, ମଲ୍ଲିକାପୁର ପଞ୍ଚାୟତର ମଲ୍ଲିକାପୁର, ବ୍ରହ୍ମଚାରୀପାଟଣା, ଗଣ୍ଡକୂଳ, ବଙ୍ଗଳାପଡ଼ା ପ୍ରଭୃତି ଗ୍ରାମ ବିଶେଷ ଭାବେ ପ୍ରଭାବିତ ହୋଇଛି। ବନ୍ୟା ପାଣି ହ୍ରାସ ପାଉଥିବା ବେଳେ ବର୍ଷା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଉଛି। ବହୁ ବନ୍ୟା ବିପନ୍ନ ଆଶ୍ରୟ ସ୍ଥଳକୁ ନଯାଇ ଘର ଛାତ ଉପରେ ରହିଛନ୍ତି।

ତୁହାକୁତୁହା ବର୍ଷା ବିପନ୍ନଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ସରକାରଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ। ଏପରିକି ପାନୀୟ ଜଳର ସମସ୍ୟା ଉତ୍କଟ ହେଉଛି। ରାସ୍ତାଘାଟ ନଷ୍ଟ ହୋଇଯାଇଛି। ରାସ୍ତା ଉପରେ ମାଟି ଚଢ଼ି ଯାଇଥିବାରୁ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଛି। ଏବେ ବି ଗାଁ ଭିତରେ ବନ୍ୟା ଜଳ ଛାଡ଼ି ନଥିବା ଦେଖିବାକୁ ମିଳିଛି। ରାତି ହେଲେ ସରୀସୃପଙ୍କ ଭୟ ବଢ଼ୁଛି। ଗୁରୁବାର ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା, ଜିଲାପାଳ ଅମ୍ବର କୁମାର କର, ପୂର୍ବତନ ଜିଲା ବିଜେପି ସଭାପତି ଗୌତମ ରାୟ, ବିଜେପି ନେତ୍ରୀ ବବିତା ମଲ୍ଲିକ, ପ୍ରମୋଦ ପଣ୍ଡା ବନ୍ୟା ବିପନ୍ନଙ୍କୁ ଭେଟିବା ସହ ସମସ୍ତ କଥା ପଚାରି ବୁଝିଥିଲେ। ଯେ ପର୍ଯ୍ୟନ୍ତ ବନ୍ୟା ପାଣି ଗାଁ ଭିତରୁ ଛାଡ଼ିନାହିିଁ ଓ ଚୁଲି ଶୁଖିନାହିଁ ସେ ପର୍ଯ୍ୟନ୍ତ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜିଲାପାଳ ଶ୍ରୀ କର ପ୍ରତିଶ୍ରୁତି ଦେଇଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories