www.samajalive.in
Saturday, December 6, 2025
16.1 C
Bhubaneswar

ୟୁ-ଡାୟୁ-ଡାଇଜ୍-ପ୍ଲସ୍-ରିପୋର୍ଟଇଜ୍‍ ପ୍ଲସ୍‍ ରିପୋର୍ଟ: କମିଲା ନାମଲେଖା, ବଢ଼ିଲେ ଶିକ୍ଷକ

ଭୁବନେଶ୍ବର: ଓଡ଼ିଶାରେ ଶିକ୍ଷକଙ୍କ ସଂଖ୍ୟା ବଢ଼ିଛି। ହେଲେ କମିଛି ବିଦ୍ୟାଳୟ ସଂଖ୍ୟା ଓ ପିଲାଙ୍କ ନାମଲେଖା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍‌ ୨୦୨୪-୨୫ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୨୪-୨୫ ୟୁଡାଇଜ୍ ପ୍ଲସ୍ ରିପୋର୍ଟ ଅନୁସାରେ, ଓଡ଼ିଶାରେ ୬୧, ୫୬୫ ବିଦ୍ୟାଳୟ ରହିଥିବାବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୭୬,୪୪, ୦୫୨ ଥିବା ଦର୍ଶାଯାଇଛି। ୨୦୨୩-୨୪ ଶିକ୍ଷାବର୍ଷରେ ୬୧,୬୯୩ ବିଦ୍ୟାଳୟରେ ୭୭,୫୬,୯୧୦ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଅର୍ଥାତ୍ ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ ଛାତ୍ରଛାତ୍ରୀଙ୍କ ନାମଲେଖା ସଂଖ୍ୟା ୧,୧୨,୮୫୮ ହ୍ରାସ ପାଇଛି। ସେହିପରି ବିଦ୍ୟାଳୟ ସଂଖ୍ୟା ୧୨୮ଟି ହ୍ରାସ ପାଇ ୬୧,୫୬୫ରେ ପହଞ୍ଚିଛି। ଅନ୍ୟପକ୍ଷରେ ଶିକ୍ଷକଙ୍କ ସଂଖ୍ୟା ୮,୬୨୦ ବୃଦ୍ଧି ପାଇ ୨୦୨୪-୨୫ରେ ୩,୪୪,୧୧୬ ହୋଇଛି। ଶିକ୍ଷାପ୍ଲସ୍‌ ପାଇଁ ଏକକ ଜିଲା ସୂଚନା ବ୍ୟବସ୍ଥା (ୟୁନିଫାଏଡ୍‌ ଡିଷ୍ଟ୍ରିକ୍ଟ ଇନ୍‌ଫରମେସନ୍‌ ସିଷ୍ଟମ ଫର୍‌ ଏଡୁକେସନ ପ୍ଲସ୍‌) ଅର୍ଥାତ୍‌ ୟୁ-ଡାଇଜ୍‌ ରାଜ୍ୟ ରିପୋର୍ଟରୁ ଏହି ସୂଚନା ଆସିଛି। ଭାରତୀୟ ଶିକ୍ଷା ବ୍ୟବସ୍ଥାର ବାସ୍ତବ ତଥ୍ୟ ସଦ୍ୟତମ ତଥ୍ୟ ହାସଲ ପାଇଁ ଏହା ଏକ ବ୍ୟବସ୍ଥା। ଏଥିରେ ଦେଶର ୧.୫ ନିୟୁତ ବିଦ୍ୟାଳୟ, ୯.୬ ନିୟୁତ ଶିକ୍ଷକ ଏବଂ ୨୬କୋଟି ୪୦ଲକ୍ଷ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସିଷ୍ଟମ୍‌ରେ ରିୟଲ ଟାଇମ୍‌ ଡାଟା ପ୍ରଦାନ କରାଯାଉଛି।

୨୦୨୪-୨୫ ରିପୋର୍ଟ ଅନୁଯାୟୀ, ଦେଶରେ ଶିକ୍ଷକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୨୪-୨୫ ଶିକ୍ଷାବର୍ଷରେ ଦେଶରେ ସମୁଦାୟ ଶିକ୍ଷକ ସଂଖ୍ୟା ୧ କୋଟି ଟପିଛି। ୨୦୨୨-୨୩ରେ ମୋଟ ଶିକ୍ଷକ ସଂଖ୍ୟା ୯୪,୮୩,୨୯୪ ଥିବାବେଳେ ୨୦୨୩-୨୪ରେ ଏହା ବୃଦ୍ଧି ପାଇ ୯୮,୦୭,୬୦୦ ଏବଂ ୨୦୨୪-୨୫ରେ ୧,୦୧,୨୨,୪୨୦ରେ ପହଞ୍ଚିଛି। ଓଡ଼ିଶାରେ ୨୦୨୩-୨୪ରେ ଶିକ୍ଷକ ସଂଖ୍ୟା ୩,୩୫,୪୯୬ ଥିବାବେଳେ ୨୦୨୪-୨୫ରେ ଏହା ୩,୪୪,୧୧୬କୁ ବୃଦ୍ଧି ପାଇଛି। ୨୦୨୪-୨୫ ୟୁଡାଇଜ୍ ପ୍ଲସ୍‌‌ରେ ଥିବା ତଥ୍ୟ ଅନୁସାରେ, ଓଡ଼ିଶାରେ ଶିକ୍ଷାର୍ଥୀ-ଶିକ୍ଷକ ଅନୁପାତ ୨୨ ରହିଛି। ବିଦ୍ୟାଳୟ ପିଛା ହାରାହାରି ଶିକ୍ଷକ ସଂଖ୍ୟା ୬ ଥିବାବେଳେ ହାରାହାରି ନାମଲେଖା ୧୨୪ ରହିଛି। ଶୂନ ଶିକ୍ଷାର୍ଥୀ ଥିବା ବିଦ୍ୟାଳୟ ସଂଖ୍ୟା ୨୦୨୩-୨୪ରେ ୮ ଥିବାବେଳେ ଏହା ୩କୁ ଖସି ଆସିଛି। ଶୂନ୍ୟ ଶିକ୍ଷାର୍ଥୀ ଥିବା ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା ୧୬ରୁ ୧କୁ ହ୍ରାସ ପାଇଛି। ସେହିପରି ୧୦୮୯ଟି ବିଦ୍ୟାଳୟ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି। ୨୦୨୩-୨୪ରେ ଏହି ସଂଖ୍ୟା ଥିଲା ୧୦୯୫। ଜଣେ ଲେଖାଏଁ ଶିକ୍ଷକରେ ପରିଚାଳିତ ହେଉଥିବା ବିଦ୍ୟାଳୟରେ ୨୦୨୪-୨୫ରେ ୪୭,୯୪୦ ପିଲାଙ୍କ ନାମଲେଖା ହୋଇଥିଲା। ଓଡ଼ିଶାରେ ମୋଟ ୬୧,୫୬୫ ବିଦ୍ୟାଳୟ ମଧ୍ୟରୁ ୨୮,୪୦୭ ପ୍ରାଥମିକ, ୨୦,୮୫୨ ଉଚ୍ଚ ପ୍ରାଥମିକ, ୯,୩୩୨ ମାଧ୍ୟମିକ ଏବଂ ୨,୯୭୪ ଉଚ୍ଚ ମାଧ୍ୟମିକ ସ୍ତରର ବିଦ୍ୟାଳୟ ରହିଛି। ରାଜ୍ୟରେ ମୋଟ ୪୮,୬୨୫ ସରକାରୀ ବିଦ୍ୟାଳୟ ଥିବାବେଳେ ୫,୮୬୮ ଅନୁଦାନପ୍ରାପ୍ତ, ୬,୧୦୭ ଘରୋଇ ଏବଂ ୯୬୫ ଅନ୍ୟାନ୍ୟ ପରିଚାଳିତ ବିଦ୍ୟାଳୟ ଅଛି।

- Advertisement -

ବିଦ୍ୟାଳୟ ଭିତ୍ତିଭୂମିକୁ ନେଇ ରିପୋର୍ଟରେ କୁହାଯାଇଛି ଯେ ୬୧,୫୬୫ ବିଦ୍ୟାଳୟ ମଧ୍ୟରୁ ୬୧,୪୬୯ ବିଦ୍ୟାଳୟରେ ପାଠାଗାର, ବୁକ୍‌ ବ୍ୟାଙ୍କ, ରିଡିଂ କର୍ଣ୍ଣର ରହିଛି। ୬୦,୫୯୩ ବିଦ୍ୟାଳୟରେ ଖେଳପଡ଼ିଆ ଥିବାବେଳେ ମାତ୍ର ୯,୨୧୯ ବିଦ୍ୟାଳୟରେ ଡିଜିଟାଲ ଲାଇବ୍ରେରି ଅଛି। ସେହିପରି ୫୭,୪୭୨ ବିଦ୍ୟାଳୟରେ କିଚେନ ଗାର୍ଡେନ, ୬୦,୮୬୭ ବିଦ୍ୟାଳୟରେ ବାଳିକା ଶୌଚାଳୟ, ୫୯,୩୩୩ ବିଦ୍ୟାଳୟରେ ଛାତ୍ର ଶୌଚାଳୟ, ୫୯,୯୮୭ ବିଦ୍ୟାଳୟରେ ବିଦ୍ୟୁତ୍ ଏବଂ ୮,୨୩୯ ବିଦ୍ୟାଳୟରେ ସୌର ପ୍ୟାନେଲ ଉପଲବ୍ଧ। ୪୭,୨୪୧ ବିଦ୍ୟାଳୟରେ କମ୍ପ୍ୟୁଟର ସୁବିଧା ରହିଛି। ୫୧,୫୮୮ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ମିଳୁଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories