www.samajalive.in
Sunday, December 14, 2025
14.1 C
Bhubaneswar

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ : ମୀନାଙ୍କୁ ସ୍ବର୍ଣ୍ଣ, ସ୍ନେହା ଜିତିଲେ ରୌପ୍ୟ

ଅହମ୍ମଦାବାଦ : ସ୍ଥାନୀୟ ନାରଣପୁରା କ୍ରୀଡ଼ାଙ୍ଗନରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ଭାରତ ପାଇଁ ଆଉ ଦୁଇ ପଦକ ଜିତିଛନ୍ତି ଓଡ଼ିଆ ଝିଅ ମୀନା ଶାନ୍ତା ଓ ସ୍ନେହା ସୋରେନ। ଜୁନିୟର ମହିଳା ୫୮ କିଗ୍ରା ବର୍ଗରେ ମୀନା ଶାନ୍ତା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମୀନା ସ୍ନାଚରେ ୮୪ ଓ କ୍ଲିନ ଆଣ୍ଡ ଜର୍କରେ ୧୦୧ କିଗ୍ରା ସହ ମୋଟ୍‌ ୧୮୫ କିଗ୍ରା ଭାରୋତ୍ତୋନଳ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନବରଙ୍ଗପୁର ଜିଲା ଉମକୋଟର ମୀନା ୨୦୨୩ ଉତ୍ତରପ୍ରଦେଶର ନୋଏଡାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ୫୫ କିଗ୍ରା ବର୍ଗରେ ସ୍ବର୍ଣ୍ଣ , ୨୦୨୪ରେ ଫିଜିରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ମୀନା ଏବେ କଳିଙ୍ଗ ଷ୍ଟାଡ଼ିୟମସ୍ଥ ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ରରେପ୍ରଶିକ୍ଷଣ ହାସଲ କରୁଛନ୍ତି। ମୀନା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପ ଲାଗି ଜାତୀୟ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ହାସଲ କରୁଥିଲେ। ସେହିପରି ବରିଷ୍ଠ ମହିଳା ୫୩ କିଗ୍ରା ବର୍ଗରେ ସ୍ନେହା ସୋରେନ ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ସ୍ନେହା ସ୍ନାଚରେ ୮୧ ଓ କ୍ଲିନ ଆଣ୍ଡ ଜର୍କରେ ୧୦୫ କିଗ୍ରା ସହ ମୋଟ୍‌ ୧୮୬ କିଗ୍ରା ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ମୟୂରଭଞ୍ଜର ସ୍ନେହା ୨୦୧୯ ଦକ୍ଷୀଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ, ୨୦୧୭ରେ ୟୁଥ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପର ୪୮ କିଗ୍ରାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପୂର୍ବରୁ ସୋମବାର ମହିଳା ୪୪ କିଗ୍ରା ବର୍ଗରେ ପ୍ରିତିସ୍ମିତା ଭୋଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ଲାଗି ମୀନା ଓ ସ୍ନେହାଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

Hot this week

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

Related Articles

Popular Categories