ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡାଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚବିଦ୍ୟାଳୟକୁ ଯାଇ ବୁଲି ଦେଖିବା ସହ ସ୍ଥିତି ପରଖିଛନ୍ତି ଫୁଲବାଣୀ ବିଧାୟକ ଉମାଚରଣ ମଳିକ । ବିଧାୟକ ସ୍କୁଲରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ସାହୁଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ବିଧାୟକଙ୍କୁ ସ୍ବାଗତ ଜଣାଇଥିଲେ । ପରେ ବିଧାୟକ ବିଦ୍ୟାଳୟ ପରିଦର୍ଶନ କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇଥିଲେ । ଏହାସହ ବିଦ୍ୟାଳୟରେ ଥିବା ଶହେ ଶଯ୍ୟାବିଶିଷ୍ଠ ଛାତ୍ର ନିବାସ ବୁଲି ଦେଖିଥିଲେ । ଅନ୍ୟପଟେ ବିଧାୟକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ସାହୁଙ୍କ ସହ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ କିଭଳି ହୋଇପାରିବ ସେନେଇ ଆଲୋଚନା କରିଥିବାବେଳେ ବିଦ୍ୟାଳୟର ପରିବେଶ ଓ ସ୍ୱଛତାକୁ ଦେଖି ପ୍ରଧାନ ଶିକ୍ଷକଙ୍କୁ ଧନ୍ୟବାଦ କରିବା ସହ ଖୁସି ବ୍ୟକ୍ତ କରିଥିଲେ । ଏହି ଗସ୍ତ ସମୟରେ ବିଜେପି ନେତା ରମେଶ ମହାନ୍ତିଙ୍କ ସହ ପୂର୍ବତନ ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ୍ୱର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Popular Categories



