www.samajalive.in
Saturday, December 6, 2025
16.1 C
Bhubaneswar

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ମୀରାବାଇଙ୍କୁ ସ୍ୱର୍ଣ୍ଣ

ଅହମ୍ମଦାବାଦ : ସୋମବାର ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନ୍‌ସିପରେ ସଫଳତା ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି ଦେଶର ତାରକା ଭାରୋତ୍ତୋଳକ ମୀରାବାଇ ଚାନୁ। ଟୋକିଓ ଅଲିମ୍ପିକ୍‌ସରେ ରୌପ୍ୟ ପଦକ ଜିତିଥିବା ମୀରାବାଇ ସ୍ବର୍ଣ୍ଣପଦକ ଜିତି ପ୍ରମାଣ କରିଛନ୍ତି ଯେ ତାଙ୍କଠାରେ ଏବେ ମଧ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ପଦକ ଜିତିବାର ସାମର୍ଥ୍ୟ ରହିଛି। ମହିଳା ୪୮ କିଲୋଗ୍ରାମ ବର୍ମରେ ୩୧ ବର୍ଷ ବୟସ୍କା ମଣିପୁରର ମୀରାବାଇ ଭାଗ ନେଇଥିଲେ। ମୀରାବାଇ ସ୍ନାଚ୍‌ରେ ୮୪ କିଗ୍ରା ଓ କ୍ଲିନ୍ ଏଣ୍ଡ ଜର୍କରେ ୧୦୯ କିଗ୍ରା; ଏହିପରି ମୋଟ ୧୯୩ କିଗ୍ରା ଭାର ଉଠାଇ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତିଛନ୍ତି। ଏହାସହ ମୀରାବାଇ ୩ଟିଯାକ ବିଭାଗରେ ନୂତନ ଭାରୋତ୍ତୋଳନ ଚମ୍ପିଆନ୍‌ସିପ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଆହତ ଥିବାରୁ ମୀରାବାଇ ବର୍ଷେ ହେଲା କୌଣସି ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିଲେ। ସୋମବାର ପ୍ରତିଯୋଗିତା ବେଳେ ମୀରବାଇ ତାଙ୍କ ଡାହାଣ ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ। ୬ଟିରୁ ମାତ୍ର ୩ଟି ପ୍ରୟାସରେ ସେ ସଫଳ ଭାବେ ଭାର ଉଠାଇ ପାରିଥିଲେ। ଏହି ବିଭାଗରେ ୧୬୧ କିଗ୍ରା ସହ ମାଲେସିଆର ଇରିନ୍ ହେନ୍‌ରୀ ରୌପ୍ୟ ଓ ୧୫୦ କିଲୋଗ୍ରାମ ସହ ୱେଲ୍‌ସର ନିକୋଲ ରବର୍ଟସ କାଂସ୍ୟ ପଦକ ଜିତିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories