www.samajalive.in
Saturday, December 6, 2025
14.1 C
Bhubaneswar

ପାକିସ୍ତାନୀ ସେନାର ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରି ଅଡୁଆରେ ୨ ଟେଲିଭିଜନ ଚ୍ୟାନେଲ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ପାକିସ୍ତାନୀ ସେନାର ସାମ୍ବାଦିକ ସମ୍ମିଳନୀକୁ ପ୍ରସାରଣ କରି ଅଡୁଆରେ ପଡିଛନ୍ତି ଦୁଇଟି ଟେଲିଭିଜନ ଚ୍ୟାନେଲ। ଏ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ୨ଟି ଚ୍ୟାନେଲକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।

ସୂଚନା ମୁତାବକ, ଗତ ୨୨ ତାରିଖରେ ପାକିସ୍ତାନୀ ସେନା ମୁଖପାତ୍ର ପୁଲୱାମା ଆକ୍ରମଣ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯାହାକୁ ଏବିପି ନ୍ୟୁଜ ଏବଂ ତିରଙ୍ଗା ଟିଭି ଚ୍ୟାନେଲରେ ପ୍ରସାରଣ କରାଯାଇଥିଲା। କିନ୍ତୁ  କେବୁଲ ଟେଲିଭିଜନ ନେଟୱର୍କ୍ସ ରେଗୁଲେଶନ ଆଇନ ୧୯୯୫ର ଦୁଇଟି କାର୍ଯ୍ୟକ୍ରମ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୩ ତାରିଖରେ ଉକ୍ତ ୨ଟି ଚ୍ୟାନେଲକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଏ କ୍ଷେତ୍ରରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରଶ୍ନ କରାଯାଇ ଆଗାମୀ ୭ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories