www.samajalive.in
Saturday, December 6, 2025
14.1 C
Bhubaneswar

ଆକ୍ରମଣ ପାଇଁ କାହିଁକି ବାଲାକୋଟକୁ ବାଛିଲେ ଭାରତୀୟ ସେନା !

ନୂଆଦିଲ୍ଲୀ: ପାକିସ୍ତାନର ଖେବର ପଖତୁନଖ୍ୱା ପ୍ରାନ୍ତରେ ଥିବା ମନଶେରା ଜିଲାର ଏକ ସ୍ଥାନ ହେଉଛି ବାଲାକୋଟ । ପାକିସ୍ତାନର ରାଜଧାନୀ ଇସଲାମାବାଦରୁ ମାତ୍ର ୧୬୦ କିମି ଦୂରରେ ବାଲାକୋଟ ଅବସ୍ଥିତ । ୨୦୦୫ରେ କାଶ୍ମୀରରେ ଅନୁଭୂତ ହୋଇଥିବା ଭୂକମ୍ପରେ ବାଲାକୋଟ ସମ୍ପୂର୍ଣ୍ଣ ବିଧ୍ବସ୍ତ ହୋଇଯାଇଥିଲା । ଏହି ଭୂକମ୍ପର ତୀବ୍ରତା ଥିଲା ୭.୬ । ଏହି ଭୂକମ୍ପରେ ବାଲାକୋଟର ୧୨ଟି ୟୁନିୟନ କାଉନସିଲ ଧ୍ବଂସ ହୋଇଯାଇଥିଲା। ଏଥିରେ ୪୦ ହଜାର ଲୋକଙ୍କ ପ୍ରାଣହାନି ଘଟିଥିଲା। ଏହି ସହରଟି ପାହାଡିଆ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲା। ଏହି ସହରକୁ ପୁର୍ନବାର ଗଢିବା ପାଇଁ ପାକିସ୍ତାନକୁ ବହୁ ପରିଶ୍ରମ କରିବାକୁ ପଡିଥିଲା । ଏହାର ପୂର୍ବାବସ୍ଥା ଫେରାଇ ଆଣିବାରେ ସାଉଦି ଆରବ ସାହାଯ୍ୟର ହାତ ବଢାଇଥିଲା।

କୁନହର ନଦୀକୂଳରେ ଅବସ୍ଥିତ ବାଲାକୋଟ ସହର ଏହାର ସୌନ୍ଦର୍ଯ୍ୟ ବ୍ୟତୀତ ବହୁ ସଂସ୍କୃତି ଏବଂ ଐତିହାସିକ ପୃଷ୍ଟଭୂମି ପାଇଁ ପରିଚିତ । ପାକିସ୍ତାନର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଭାବେ ବାଲାକୋଟ ଜଣାଶୁଣା । ଏହା ହେଉଛି ପୁଲୱାମା ଆକ୍ରମଣକାରୀ ତଥା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର ଠିକଣା । ଏଠାରେ ହିଁ ଆକ୍ରମଣର ମାଷ୍ଟରମାଇଣ୍ଡ ଲୁଚି ରହିଥିବା ସୂଚନା ମିଳିଥିଲା । ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ବାୟୁସେନା ପକ୍ଷରୁ ଏହି ଅପରେଶନ କରାଯାଇଥିଲା, ଯେଉଁଥିରେ ବାଲାକୋଟରେ ଥିବା ଜୈଶର ବହୁ ଶିବିର ସମେତ ଏକ ପ୍ରଶିକ୍ଷଣ କେନ୍ଦ୍ର ଧ୍ଵଂସ ପାଇଥିଲା । ବାଲାକୋଟ ବ୍ୟତୀତ ଭାରତୀୟ ବାୟୁସେନାର ଲକ୍ଷ୍ୟରେ ଲିପା, ପଛିଶାନ ଚାମ, କାହୁତା, କୋତରଲୀ, ଶାରଦୀ, କେଳ, ଦୁଧନିୟାଲ, ଅଠମୁକା, ଜୁରା, ଲନଜୋଟ, ନିକିୟାଲ, ଖୁରେଟା ଏବଂ ମନଥୋର ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories