www.samajalive.in
Friday, December 5, 2025
20.1 C
Bhubaneswar

ବାୟୁସେନାର ଆକ୍ରମଣ ପରେ ଏପରି କହିଲେ ସିଦ୍ଧୁ

ନୂଆଦିଲ୍ଲୀ : ପୁଲୱାମା ଆକ୍ରମଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦରେ ଫଶି ରହିଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର୍‍ ନଭଜୋତ ସିଂହ ସିଦ୍ଧୁ ପିଓକେ ଆକ୍ରମଣକୁ ନେଇ ନିଜ ମନ୍ତବ୍ୟ ରଖିଛନ୍ତି। ଭାରତୀୟ ବାୟୁସେନାର ପ୍ରଶଂସା କରି ସେ ଟ୍ୱିଟ୍‍ କରିଛନ୍ତି ଯେ, “ଲୁହା ଲୁହାକୁ କାଟିଥାଏ, ନିଆଁ ନିଆଁକୁ କାଟିଥାଏ, ସାପ ବିଷରୁ ବଞ୍ଚିବାର ଔଷଧ ମଧ୍ୟ ବିଷରୁ ହିଁ ତିଆରି ହୁଏ, ଆତଙ୍କବାଦୀଙ୍କ ବିନାଶ ଅନିବାର୍ଯ୍ୟ। ଭାରତୀୟ ବାୟୁସେନାର ଜୟ ହେଉ। ଜୟ ହିନ୍ଦ୍‍, ଜୟ ହିନ୍ଦ୍‍କି ସେନା”। ସିଦ୍ଧୁ ପୁନଃ ଟ୍ୱିଟ୍‍ କରି କହିଛନ୍ତି, “ଭୁଲ୍‍ ଠିକର ଯୁଦ୍ଧରେ ନିରପେକ୍ଷ ରହିହେବନାହିଁ। ଆତଙ୍କବାଦୀଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ସାବାସ୍‍ ଭାରତୀୟ ବାୟୁସେନା! ଜୟ ହିନ୍ଦ୍‍”।

ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ ପୁଲୱାମା ଆକ୍ରମଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ସିଦ୍ଧୁ ବିବାଦ ଘେରରେ ଫଶିଥିଲେ। ସେ କହିଥିଲେ, କିଛି ଲୋକଙ୍କ ଭୁଲ୍‍ ପାଇଁ ସମ୍ପୂର୍ଣ୍ଣ ଦେଶକୁ କାହିଁକି ବଦନାମ କରାଯିବ? ତାଙ୍କର ଏଭଳି ମନ୍ତବ୍ୟ ପାକିସ୍ତାନକୁ ସମର୍ଥନ କରୁଥିବା ଦେଶବାସୀ ଅଭିଯୋଗ କରିଥିଲେ। ଏହାକୁ ନେଇ ତାଙ୍କୁ ‘ଦି କପିଲ୍‍ ଶର୍ମା ଶୋ’ରୁ ମଧ୍ୟ ବାହାର କରାଯାଇଥିଲା।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories