www.samajalive.in
Sunday, December 14, 2025
17.1 C
Bhubaneswar

ନିଷ୍ଟ୍ ବିଶ୍ବବିଦ୍ୟାଳୟରେ ବିଶ୍ୱ ଉଦ୍ୟୋଗୀ ଦିବସ ପାଳିତ

ଗୋପାଳପୁର: ଅର୍ଥ ବ୍ୟବସ୍ଥାରେ ଉଦ୍ୟୋଗୀମାନଙ୍କ ଅବଦାନକୁ ସମ୍ମାନ ଜଣାଇ ଅଗଷ୍ଟ ୨୧କୁ ବିଶ୍ୱ ଉଦ୍ୟୋଗୀ ଦିବସ ଭାବେ ପାଳନ କରାଯାଉଥିବା ବେଳେ ନିଷ୍ଟ ବିଶ୍ବବିଦ୍ୟାଳୟ ଇନଷ୍ଟିଚ୍ୟୁଟ ଇନୋଭେସନ କାଉନସିଲ ପକ୍ଷରୁ ଆଜି ଏହି ଦିବସ କ୍ୟାମ୍ପସ ପରିସରରେ ଥିବା ଇନକ୍ୟୁବେସନ ସେଣ୍ଟରରେ ପାଳନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟରୁ ୮ଟି ଟିମ୍ ଉପସ୍ଥିତ ରହି ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ସୁବିଧା ଇତ୍ୟାଦି ବିଷୟରେ ସେମାନଙ୍କ ଧାରଣା ଉପସ୍ଥାପନ କରିଥିଲେ। ଏଥିରେ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରୁ ଉପସ୍ଥିତ ରହିଥିବା  ଛାତ୍ରଙ୍କ ଦ୍ୱାରା  କିଶୋରମାନଙ୍କ ମଧ୍ୟରେ ସେଲଫୋନ୍ ଆସକ୍ତିକୁ ରୋକିବା ଏବଂ ନିଟ୍ ଭଳି ଉଚ୍ଚ ପ୍ରଭାବୀ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ନିମନ୍ତେ ଏକ ଆକର୍ଷଣୀୟ ଚିନ୍ତାଧାରା ଉପସ୍ଥାପିତ କରିଥିଲେ । ଯାହାକୁ ସମସ୍ତେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ  ଡ଼ . ସୁଶାନ୍ତ କୁମାର ସାହୁ, ଡ଼. ବିଭୁପ୍ରସାଦ ମିଶ୍ର ପ୍ରମୁଖ  ସଂଯୋଜନା କରିଥିବା ବେଳେ ଡ଼. ପ୍ରମଥ ନାଥ ଆଚାର୍ୟ୍ୟ, ଡ଼. ଆକାଙ୍ଖ୍ୟା ପଟ୍ଟନାୟକ, ପ୍ର. ଆଲୋକ ପାତ୍ର, ଡ. ପ୍ରଦୀପ କୁମାର ଜେନା ଏବଂ ପିତାମ୍ବର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories