www.samajalive.in
Monday, December 15, 2025
15.1 C
Bhubaneswar

ଘରୋଇ ଇଞ୍ଜିନିୟରିଂ କଲେଜକୁ ଛାଟ, ୨୯ ଛାତ୍ରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବ କ୍ଷତିପୂରଣ

ଭୁବନେଶ୍ବର : ପାଠପଢା ସରିବା ସତ୍ତ୍ବେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ନଦେଇ ଫସିଛି ଏକ ଘରୋଇ ଇଞ୍ଜିନିୟରିଂ କଲେଜ । ୨୯ ଜଣ ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ବାବଦକୁ ୧ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ସମ୍ପୃକ୍ତ କଲେଜକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟମାନବାଧିକାର କମିଶନ ।

ନଖରା ନିକଟସ୍ଥ ଏକ ଘରୋଇ ଇଞ୍ଜିନିୟରିଂ କଲେଜ କୋର୍ସ ସରିବା ସତ୍ତ୍ବେ ପିଲାଙ୍କୁ ଗ୍ରେଡ୍ ସିଟ୍ସ ଓ ଡିଗ୍ରୀ ସାର୍ଟିଫିକେଟ୍ ପ୍ରଦାନ କରିବାରେ ବିଳମ୍ବ କରିଛି । ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହିତ ଖେଳିବା ନେଇ ସମ୍ପୃକ୍ତ କଲେଜକୁ ରାଜ୍ୟ ମାନବାଧିକାର କମିଶନଙ୍କ ଛାଟ ବାଜିଛି । କଲେଜକୁ ଏବେ ୨୯ ଜଣେ ପିଲାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହ ସାର୍ଟିଫିକେଟ୍ ବାବଦକୁ ଅତିରିକ୍ତ ୨୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଶିକ୍ଷାନୁଷ୍ଠାନର ବ୍ୟାଙ୍କ ଆକାଉଣ୍ଟ ସିଜ୍ କରି ଅସୁବିଧା ଭୋଗିଥିବା ପିଲାଙ୍କୁ ଟଙ୍କା ଦେବାକୁ ସରକାରଙ୍କୁ ଅପିଲ୍ କରାଯାଇଛି । ୬୦ ଦିନରେ କ୍ଷତିପୂରଣ ନ ଦେଲେ ବାର୍ଷିକ ୧୨% ସୁଧ ହାରରେ ଟଙ୍କା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ରହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories