www.samajalive.in
Monday, December 15, 2025
14.1 C
Bhubaneswar

ଶ୍ରୀମନ୍ଦିରରେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଧାଡି ଦର୍ଶନ – ଆଇନ ମନ୍ତ୍ରୀ

ପୁରୀ : ପୁରୀ ଶ୍ରୀମନ୍ଦିରରେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଏନେଇ ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଧାଡି ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏହାଦ୍ୱାରା ଭିଡ ନିୟନ୍ତ୍ରଣ ହୋଇପାରିବ । ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ହେବ । ୩ ରୁ ୪ ଦିନ ଭିତରେ ପରିଚାଳନା କମିଟି ଗଠନ ହେବ । ପ୍ରଥମ ବୈଠକରେ ହୁଣ୍ଡି ସିଫ୍ଟ ପରେ ଧାଡି ଦର୍ଶନ ଆରମ୍ଭ ହେବ । ଅବଢା ଦର ଚାର୍ଟ କାମ ସରିଛି, ମନ୍ଦିର ପ୍ରଶାସନ ସୁଆର ନିଯୋଗ ସହ ଆଲୋଚନା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନା ଯୋଗ୍ୟ, ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଭିଡ଼ରୁ ମୁକ୍ତି ପାଇଁ ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ସମୟରେ ପ୍ରବଳ ଭିଡ଼ ହେଉଛି। ଭକ୍ତ ଠେଲାପେଲାରେ ଆହତ ହେବା ସହ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ନୂତନ ସରକାର ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଗତ ବର୍ଷ କାର୍ତ୍ତିକ ମାସ ପରେ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ବାହାର କାଠ ବା ନାଟମଣ୍ଡପରେ ଶ୍ରଦ୍ଧାଳୁମାନେ ଯେଭଳି ବିନା ଠେଲାପେଲାରେ ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ନକ୍ସା ପ୍ରସ୍ତୁତ କରାଯାଇ ପୁରୁଷ, ଦିବ୍ୟାଙ୍ଗ, ମହିଳା, ଶିଶୁ ଓ ବୟସାଧିକ ବୃଦ୍ଧବୃଦ୍ଧାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପୃଥକ୍‌ ଧାଡ଼ି ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଥିଲା। ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ। ସମୁଦାୟ ୬ଟି ଧାଡ଼ିରେ ଭକ୍ତମାନେ ପ୍ରବେଶ କରିବା ସହ କାଠ ବ୍ୟାରିକେଡ଼ ଦେଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବେ ବୋଲି କୁହାଯାଇଥିଲା।

୩୦ ଅଗଷ୍ଟରେ ମହାସଂଯୋଗ: ଏକାଠି ହେବେ ବୁଧ, ସୂର୍ଯ୍ୟ, କେତୁ, ଏହି ୩ ରାଶିଙ୍କ ଭାଗ୍ୟରେ କ’ଣ ଘଟିବ ଜାଣନ୍ତୁ..

- Advertisement -

ଭିଡିଓ ଦେଖିଲେ ଭୟ ଲାଗିବ ; ମାତ୍ର କିଛି କ୍ଷଣରେ ହରିଣକୁ ଝାମ୍ପି ନେଲା ଚିଲ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories