www.samajalive.in
Monday, December 15, 2025
17.1 C
Bhubaneswar

ଟଙ୍କାରେ ଥିଲା ନାଁ, ଧରାପଡିଲା ଚୋର

କଳାପଥର : ବୈଦ୍ୟେଶ୍ୱର ଥାନା ଗୋଳାଗଣ୍ଡ ପଂଚାୟତ ଅନ୍ତର୍ଗତ ରଜିବ ଗ୍ରାମର ଚନ୍ଦନ ବିଶ୍ୱାଳଙ୍କ ଦୋକାନରୁ ସପ୍ତାହେ ତଳେ ୩୨ ହଜାର ୪୦୦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏତଲା ଆଧାରରେ ୧୪୦/୨୫ରେ ମୋକଦ୍ଦମା ରୁଜୁ କରି ଆଇଆଇସି ସଞ୍ଜୟ କୁମାର ଜେନା ତଦନ୍ତ କରିଥିଲେ । ଘଟଣାକୁ ଏକ ସପ୍ତାହରୁ ଅଧିକ ଗଡି ଯାଇଥଲେ ମଧ୍ୟ ପୁଲିସ ଚୋରର ସନ୍ଧାନ ପାଇପାରିନଥିଲା । ରଜିବ ଗ୍ରାମର ଜଣେ ଯୁବକ ଶୁଶାନ୍ତ କୁମାର ବାରିକ (26), ପିତା ପ୍ରକାଶ ବାରିକ ଗୋଟିଏ ପାଞ୍ଚ ଶହ ଟଙ୍କା ନୋଟ ନେଇ ରାସନ ଜିନିଷ କିଣିବାକୁ ଚନ୍ଦନ ବିଶ୍ୱାଳଙ୍କ ଦୋକାନକୁ ଆସିଥିଲେ । ନୋଟରେ ସି ବି ଚନ୍ଦନ ବିଶ୍ୱାଳ ଲେଖାଥିବା ଦେଖି ଚୋର ଶୁଶାନ୍ତକୁ କେଉଁଠୁ ଏ ଟଙ୍କା ଆଣିଛୁ ବୋଲି ସେ ପଚାରିବାରୁ ଜିନିଷ ନ କିଣି ପ୍ରକାଶ ଦୌଡି ପଳାଇଥିଲେ । ଏ ସମ୍ପର୍କରେ ସଙ୍ଗେ ସଙ୍ଗେ  ପୋଲିସକୁ ଖବର ଦିଆଯାଇଥିଲା । ବୈଦ୍ୟେଶ୍ୱର ଥାନା ଆଇଆଇସି ସଞ୍ଜୟ କୁମାର ଜେନା ଅଭିଯୁକ୍ତ ଶୁଶାନ୍ତ ବାରିକକୁ ବାନ୍ଧି ବାଙ୍କି କୋର୍ଟ ଚାଲାଣ କରିଥିଲେ । ଦୋକାନୀ ଚନ୍ଦନ ଚୋରି ପୂର୍ବରୁ କୌଣସି କାରଣରୁ ଛୋଟଛୋଟ ଅକ୍ଷରରେ ନୋଟରେ ନିଜ ନାଁ ଲେଖିଦେଇଥିଲେ । ସେହି ନାଁ ଲେଖା ଥିବା ଯୋଗୁଁ ଚୋର ଧରାପଡିଥିଲା । ତେବେ ତାଠାରୁ ୧୬ ଶହ ଟଙ୍କା ଉଦ୍ଧାର  ହୋଇଥିବା ସମୟରେ ବାକି ଟଙ୍କା ସେ ଖର୍ଚ୍ଚ କରିଦେଇଥିବା ସୂଚନା ଦେଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories